କରୋନାର ଭୟ ଭିତରେ ରାଜଧାନୀବାସୀଙ୍କୁ ଘାରିଛି ଡେଙ୍ଗୁ ଭୟ : ଆଜି ଭୁବନେଶ୍ୱରରେ ଆଉ ୩୦ ଡେଙ୍ଗୁ ରୋଗୀ ଚିହ୍ନଟ
କରୋନାର ଭୟ ଭିତରେ ରାଜଧାନୀବାସୀଙ୍କୁ ଘାରିଛି ଡେଙ୍ଗୁ ଭୟ : ଆଜି ଭୁବନେଶ୍ୱରରେ ଆଉ ୩୦ ଡେଙ୍ଗୁ ରୋଗୀ ଚିହ୍ନଟ
ଭୁବନେଶ୍ୱର: କରୋନାର କରାଳ କାୟା ଶେଷ ନହେଉଣୁ ଏବେ ଡେଙ୍ଗୁ ମାଡ଼ିଚାଲିଛି । ରାଜଧାନୀ ଭୁବନେଶ୍ୱର ପାଇଁ ସୃଷ୍ଟି ହୋଇଛି ଡବଲ୍ ଚ୍ୟାଲେଞ୍ଜ୍ । ଗୋଟିଏ ପଟେ ରାଜଧାନୀରେ ଦୈନିକ କୋଭିଡ୍ ସଂକ୍ରମଣ ଆଖିଦୃଶିଆ ଭାବେ କମୁନଥିବା ବେଳେ ବିଏମ୍ସି ପାଇଁ ଏବେ ସୃଷ୍ଟି ହୋଇଛି ଡେଙ୍ଗୁ ନିୟନ୍ତ୍ରଣ ଚ୍ୟାଲେଞ୍ଜ । କରୋନାର ଭୟ ଭିତରେ ରାଜଧାନୀବାସୀଙ୍କୁ ଘାରିଛି ଡେଙ୍ଗୁ ଭୟ । ଆଜି ଭୁବନେଶ୍ୱରରେ ଆଉ ୩୦ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୪୨୧କୁ ବୃଦ୍ଧି ପାଇଛି । ଡେଙ୍ଗୁ ରୋଗୀ ଚିହ୍ନଟ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ ସୂଚନା ଦିଆଯାଇଛି ।
ରାଜଧାନୀର ନୀଳାଦ୍ରି ବିହାର ଓ ଶୈଳଶ୍ରୀ ବିହାର ଅଞ୍ଚଳରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ୱାର୍ଡ଼ ନମ୍ବର ୭, ୧୪,୧୭ ଓ ୪୨ରେ ଡେଙ୍ଗୁ ରୋଗୀ ସଂଖ୍ୟା ଅଧିକା ରହିଛି । ଦିନକୁ ୧୫ରୁ ୨୦ଟି ଡେଙ୍ଗୁ ମାମଲା ସାମ୍ନାକୁ ଆସୁଛି । ତେବେ ଏଥିପାଇଁ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରାଯାଉଥିବା ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି ।




admin 