କରୋନାର ନୂଆ ଭାରିଆଣ୍ଟ...

କରୋନାର ନୂଆ ଭାରିଆଣ୍ଟ...

କରୋନାର ନୂଆ ଭାରିଆଣ୍ଟ...

ଜେରୁଜେଲମ୍‌: ଚୀନ୍‌ରେ କରୋନା ମାମଲା ବୃଦ୍ଧି ପାଉଥିବାବେଳେ ଏବେ ଇସ୍ରାଏଲ୍‌ରୁ ବି ଚିନ୍ତାଜନକ ଖବର ମିଳିଛି । ଦେଶର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସେଠାରେ କୋଭିଡ୍‌-୧୯ ଭାଇରସ୍‌ର ଏକ ନୂଆ ଭାରିଆଣ୍ଟକୁ ଚିହ୍ନଟ କରାଯାଇଥିବା ଦାବି କରିଛି । ହାଲ୍‌କା ଜ୍ୱର, ମାଂସପେଶୀରେ ଯନ୍ତ୍ରଣା, ମୁଣ୍ଡ ବ୍ୟଥା ପ୍ରଭୃତି ଏହାର ଲକ୍ଷଣ । ଏପର୍ୟ୍ୟନ୍ତ ସେଥିଯୋଗୁ ୨ ଜଣ ଲୋକ ସଂକ୍ରମିତ ହୋଇଛନ୍ତି । ସେମାନେ ବୁଧବାର ସ୍ୱଦେଶକୁ ଫେରିଥିଲେ । ବେନ୍‌ ଗୁରିୟନ୍‌ ବିମାନବନ୍ଦରରେ କରୋନା ଯାଞ୍ଚ ସମୟରେ ସେମାନଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା। ସମ୍ଭବତଃ ଏହି ଭାରିଆଣ୍ଟ ଇସ୍ରାଏଲ୍‌ରେ ଉତ୍ପନ୍ନ ହୋଇଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶକ ଜେନେରାଲ ନାଚମ୍ୟାନ୍‌ ଏସ୍‌ କହିଛନ୍ତି। ଏ ନେଇ ଅଧିକ ଗବେଷଣାର ଆବଶ୍ୟକତା ଥିବା ସେ ଦର୍ଶାଇଛନ୍ତି । କରୋନାର ଏହି ନୂଆ ଭାରିଆଣ୍ଟ ଓମିକ୍ରନ୍‌ର ସବ୍‌ ଭାରିଆଣ୍ଟ ବିଏ.୧ ଓ ବିଏ.୨ର ମିଶ୍ରଣରେ ସୃଷ୍ଟି ହୋଇଛି । ବର୍ତ୍ତମାନ ଆନୁଷ୍ଠାନିକ ଭାବେ ଏହାର କୌଣସି ନାମ ରଖାଯାଇନାହିଁ ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(ଡବ୍ଲ୍ୟୁଏଚ୍‌ଓ) ମଧ୍ୟ ଏ ନେଇ କୌଣସି ବୟାନ ଦେଇନାହିଁ । ଦେଶର ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ଅନୁସାରେ ଏହି ନୂଆ ଭାରିଆଣ୍ଟ ଯୋଗୁ କରୋନା ଲହରି ଆସିବାର ଆଶଙ୍କା ଖୁବ୍‌ କମ୍‌। ଡାକ୍ତର ସଲମାନ୍‌ ଜାରକାଙ୍କ ଅନୁସାରେ, ଭିନ୍ନ ଭିନ୍ନ ଭାରିଆଣ୍ଟ ମିଶି ସୃଷ୍ଟି ହେଉଥିବା ଭାରିଆଣ୍ଟ ଅଧିକ ସଂକ୍ରାମକ ବା ଘାତକ ସାବ୍ୟସ୍ତ ହୋଇନଥାଏ । କରୋନାର ପୂର୍ବ ଲହରି ଆଣିଥିବା ଓମିକ୍ରନ୍‌ର ପ୍ରଭାବକୁ ଦେଖି ଏହି ସମ୍ଭାବନା ସତ୍ୟ ହୋଇପାରେ ବୋଲି ମନେ କରାଯାଉଛି ।