କରୋନାକୁ ନେଇ ଦିଲ୍ଲୀରେ ସ୍କୁଲ୍ ଛୁଟି ଘୋଷଣା

କରୋନାକୁ ନେଇ ଦିଲ୍ଲୀରେ ସ୍କୁଲ୍ ଛୁଟି ଘୋଷଣା

କରୋନାକୁ ନେଇ ଦିଲ୍ଲୀରେ ସ୍କୁଲ୍ ଛୁଟି ଘୋଷଣା
କରୋନା ଭାଇରସକୁ ନେଇ ଦିଲ୍ଲୀରେ ସ୍କୁଲ୍ ଛୁଟି ଘୋଷଣା ହୋଇଛି । ନୋଇଡା ଅଂଚଳରେ ଥିବା ଦୁଇଟି ସ୍କୁଲକୁ ଛୁଟି ଘୋଷଣା କରାଯାଇଛି। ଗୋଟିଏ ସ୍କୁଲକୁ ମାର୍ଚ୍ଚ ୧୧ ତାରିଖ ଯାଏଁ ବନ୍ଦ ଘୋଷଣା କରାଯାଇଥିବା ବେଳେ ଅନ୍ୟ ସ୍କୁଲକୁ ତିନି ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ନୋଏଡାର ସେକ୍ଟର ୧୩୫ରେ ଥିବା ସ୍କୁଲରେ ଆଜି ପରୀକ୍ଷା ଚାଲିଥିବା ବେଳେ ସ୍କୁଲ କର୍ତୃପକ୍ଷ ଅଭିଭାବକମାନଙ୍କୁ ଫୋନ କରି ସ୍କୁଲରୁ ପିଲାଙ୍କୁ ନେଇଯିବାକୁ କହିଥିଲେ। ମିଳିଥିବା ସୂଚନା ଅନୁସାରେ ପୂର୍ବ ଦିଲ୍ଲୀରେ ରହୁଥିବା ଜଣେ ଛାତ୍ରଙ୍କ ଅଭିଭାବଙ୍କ କରୋନା ପଜିଟିଭି ରିପୋର୍ଟ ଆସିଛି। କିଛି ଦିନ ତଳେ ସେ ଆଗ୍ରାରେ ଏକ ବାର୍ଥ ଡେ ପାର୍ଟି ରଖିଥିଲେ। ଯେଉଁଥିରେ ସେ ୫ଟି ପରିବାର ଲୋକଙ୍କ ସଂପର୍କରେ ଆସିଥିଲେ। ଏବେ ବାର୍ଥଡେରେ ସାମିଲ ହୋଇଥିବା ୨ ସ୍କୁଲ ଛାତ୍ରଙ୍କ ସମେତ ୬ ଜଣ ବ୍ୟକ୍ତିଙ୍କୁ ଏବେ ଥଣ୍ଡା ଜ୍ୱର ଧରିଛି। ତେଣୁ କରୋନା ସଂକ୍ରମଣ ଆଶଙ୍କାରେ ସ୍କୁଲ କର୍ତ୍ତୃପକ୍ଷ ଛୁଟି ଘୋଷଣା କରି ସ୍କୁଲର ସାନିଟାଇଜେସନ କରିଛନ୍ତି। ଅନ୍ୟପଟେ ବାର୍ଥଡେ ପାର୍ଟିରେ ସାମିଲ ହୋଇ ୨ ଛାତ୍ରଙ୍କ ସମେତ ୫ ବ୍ୟକ୍ତି ଥଣ୍ଡା ଜ୍ୱରରେ ଆକ୍ରାନ୍ତଙ୍କ ରକ୍ତ ନମୁନା ପୁଣେ ପଠାଯାଇଛି।