କରୋନା ମାଗଣା ପରୀକ୍ଷା ଓ ଚିକିତ୍ସା ପିଟିସନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ

କରୋନା ମାଗଣା ପରୀକ୍ଷା ଓ ଚିକିତ୍ସା ପିଟିସନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ

କରୋନା ମାଗଣା ପରୀକ୍ଷା ଓ ଚିକିତ୍ସା ପିଟିସନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ
ନୂଆଦିଲ୍ଲୀ: କରୋନା ଭୂତାଣୁ ସଂକ୍ରମଣର ମାଗଣା ପରୀକ୍ଷା ଓ ଚିକିତ୍ସା ଲାଗି କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କୁ ଆବଶ୍ୟକ ନିର୍ଦ୍ଦେଶ ଦେବାକୁ ଦାବି କରି ଦାୟର ପିଟିସନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି । ବିଚାରପତି ଏନଭି ରମଣାଙ୍କ ନେତୃତ୍ୱରେ ସୁପ୍ରିମକୋର୍ଟ ପୀଠ କହିଛନ୍ତି ଯେ କେଉଁମାନଙ୍କୁ ମାଗଣା ଚିକିତ୍ସା କରାଯିବ ତାହା ସରକାର ନିଷ୍ପତ୍ତି ନେବେ । ଦେଶର ସମସ୍ତ ସରକାରୀ ହସ୍ପିଟାଲରେ ଏବେ କରୋନା ସଂକ୍ରମଣର ମାଗଣା ଚିକିତ୍ସା କରାଯାଉଛି । ତେଣୁ ଘରୋଇ ହସ୍ପିଟାଲରେ ଏହାର ମାଗଣା ଚିକିତ୍ସା ଲାଗି ନିର୍ଦ୍ଦେଶ ଦେବା ସମ୍ଭବ ନୁହେଁ । ଦିଲ୍ଲୀସ୍ଥିତ ଓକିଲ ଅମିତ ଦ୍ୱିବେଦୀ ଏହି ପିଟିସନ ଦାୟର କରିଥିଲେ ।