କରୋନା ବଢୁଛି; ସାଢେ ୫ଟାରେ କଣ କହିବେ ମୁଖ୍ୟ ସଚିବ

କରୋନା ବଢୁଛି; ସାଢେ ୫ଟାରେ କଣ କହିବେ ମୁଖ୍ୟ ସଚିବ

କରୋନା ବଢୁଛି; ସାଢେ ୫ଟାରେ କଣ କହିବେ ମୁଖ୍ୟ ସଚିବ
ଭୁବନେଶ୍ୱର: :ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । କରୋନାର ଉଗ୍ରରୂପ ଦେଖି ସିବିଏସସି ଦଶମ ଶ୍ରେଣୀ ପରୀକ୍ଷାକୁ ବାତିଲ କରାଯାଇଥିବାବେଳେ ଓଡ଼ିଶାରେ ମାଟ୍ରିକ ପରୀକ୍ଷା ହେବ କି ନାହିଁ ତାକୁ ନେଇ ସମସ୍ତେ ସନ୍ଦୀହାନ ଅବସ୍ଥାରେ ରହିଛନ୍ତି । ଏହାରି ଭିତରେ ଏକ ବଡ଼ ଖବର ଆସିଛି । ତାହା ହେଲା ଆଜି ଅପରାହ୍ନ ୫.୩୦ରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଆଜି ଏକ ବଡ଼ ଘୋଷଣା କରିପାରନ୍ତି । କରୋନାକୁ ନିୟମନ୍ତ୍ରଣ କରିବା ପାଇଁ ଶ୍ରୀ ମହାପାତ୍ର କିଛି ଗୁରୁତ୍ୱପୂର୍ଣ୍ଣ ବିଷୟରେ ଘୋଷଣା କରିପାରନ୍ତି । ପ୍ରକାଶ ଯେ, ନୂଆ ଷ୍ଟ୍ରେନ୍‌ରେ ସଂକ୍ରମଣ କ୍ଷୀପ୍ରଗତିରେ ବଢୁଛି । ଗତବର୍ଷ ମାସରୁ ଆରମ୍ଭ ହୋଇ ସେପ୍ଟେମ୍ବରରେ ପିକ୍‌କୁ ଯାଇଥିଲା କରୋନା । ଏବେ କିନ୍ତୁ ଯେଉଁ ଗତିରେ ବଢୁଛି, ଦୁଇ ମାସ ମଧ୍ୟରେ ଶୀର୍ଷକୁ ଚାଲିଯିବ କରୋନା । ଏମିତି ଆଶଙ୍କା କରୁଛନ୍ତି ବିଶେଷଜ୍ଞ । ନୂଆ ଷ୍ଟ୍ରେନ୍‌ରେ ମୃତ୍ୟୁହାର କମ୍‌ ରହିଛି ସତ । ହେଲେ ଗୁରୁତର ରୋଗୀଙ୍କ ସଂଖ୍ୟା ବଢୁଛି। ଶୀଘ୍ର ସଂକ୍ରମଣ ବଢୁଥିବାରୁ ହସ୍ପିଟାଲରେ ବେଡ୍‌ ମିଳିବା ଏବେ ସବୁଠୁ ବଡ଼ ଚ୍ୟାଲେଞ୍ଜ ରହିଛି।ଖାଲି ସଂକ୍ରମଣ ବଢ଼ିଛି ବୋଲି ନୁହେଁ । ଯେଉଁମାନେ କରୋନା ଆକ୍ରାନ୍ତ ହୋଇଛନ୍ତି, ସେମାନେ ପୁନଃ ସଂକ୍ରମିତ ହେବାର ଆଶଙ୍କା ମଧ୍ୟ ରହିଛି । ଟିକାର ଦୁଇଟି ଡୋଜ୍‌ ନେଇଥିବା ଲୋକଙ୍କୁ ମଧ୍ୟ ସଂକ୍ରମଣ ହେଉଛି । ଗତ ୨୪ ଘଣ୍ଟା ରାଜ୍ୟରେ ୩୦ଟି ଜିଲ୍ଲାରୁ ୨୯୮୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୭୩୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୧୨୫୬ ଜଣ ରୋଗୀ ସ୍ଥାନୀୟ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୫୮ ହଜାର ୩୪୨ ଜଣକୁ ଛୁଇଁଛି। ଏ ନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।