କରୋନା ଦ୍ୱିତୀୟ ଭୟଙ୍କର ଲହରୀ : ଗୋଟିଏ ଦିନରେ ୪ଲକ୍ଷ ୧ ହଜାର ଆକ୍ରାନ୍ତ ଚିହ୍ନଟ
କରୋନା ଦ୍ୱିତୀୟ ଭୟଙ୍କର ଲହରୀ : ଗୋଟିଏ ଦିନରେ ୪ଲକ୍ଷ ୧ ହଜାର ଆକ୍ରାନ୍ତ ଚିହ୍ନଟ
admin
May 1, 2021 - 04:40
Updated: May 1, 2021 - 04:40
ନୂଆଦିଲ୍ଲୀ: କରୋନା ଭାଇରସର ଦ୍ୱିତୀୟ ଲହରୀ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି । ଦେଶରେ କରୋନାର ଦ୍ୱିତୀୟ ଲହରୀ ଦ୍ରୁତ ଗତିରେ ବଢିଚାଲିଛି । ବର୍ତମାନ ଦୈନିକ ସଂକ୍ରମଣ ୪ ଲକ୍ଷ ଟପିଥିଲା ବେଳେ ପ୍ରତିଦିନ କରୋନାରେ ସାଢେ ୩ ହଜାର ଉପରେ ମୃତୁ୍ୟ ପାର୍ କରୁଛିି । ଦେଶରେ ଏପର୍ଯ୍ୟନ୍ତ ୨ ଲକ୍ଷରୁ ଉଦ୍ଧ୍ୱର୍ ଲୋକ କରୋନାରେ ମୃତୁ୍ୟ କରିଲେଣି । ଏଭଳି ସ୍ଥିତି ଆଉ କେତେ ଦିନ ରହିବ ଓ ଆଗକୁ କଣ ହେବ ତାଙ୍କୁ ନେଇ ଲୋକମାନେ ଆଶା ଓ ଆଶଙ୍କାରେ ରହିଛନ୍ତି । ଆଜି ଦେଶରୁ ୪ ଲକ୍ଷ ୧ ହଜାର ୯୯୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଏବେ କରୋନା ସଂଖ୍ୟା ବୃଦ୍ଧି ପାଇବାକୁ ଲାଗିଛି । ନୂଆ ଷ୍ଟ୍ରେନ ଯୋଗୁ ଦେଶର ଜନ ସାଧାରଣ ଭୟଭିତ ହୋଇଯାଇଛନ୍ତି । ପ୍ରତିଦିନ କରୋନା ସଂଖ୍ୟା ଦେଶରେ ବଢିବାରେ ଲାଗିଛି । କରୋନା ପାଇଁ ସରକାରଙ୍କ ପକ୍ଷରୁ ଅନେକ ସଚେତନତା ପଦକ୍ଷେପ ନିଆଯାଉଛି । ତଥାପି ଦେଶରେ କରୋନା ସଂଖ୍ୟା କମିବାର ନାଁ ଧରୁନି । ଆମ ଦେଶରେ ଅନେକ ସହରରେ ନାଇଟକର୍ଫୁ ଲାଗିଲାଣି । ଆଜି ଆମ ଦେଶରେ ଗୋଟିଏ ଦିନରେ ୪ ଲକ୍ଷ ୧ ହଜାର ୯୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୩୫୨୩ ଜଣ ମୃତୁ୍ୟବରଣ କରିଛନ୍ତି । ସେହିପରି ଦେଶରେ ମୋଟ୍ ମୃତୁ୍ୟ ସଂଖ୍ୟା ୨ ଲକ୍ଷ ୧୧ ହଜାର ୮୫୩ କୁ ବୃଦ୍ଧି ପାଇଛି । ବର୍ତମାନ ଦେଶରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୧ ଲକ୍ଷ ୬୪ ହଜାର ୯୬୯ ରେ ପହଂଚିଛି । ଦେଶରେ ୩୨ ଲକ୍ଷ ୬୮ ହଜାର ୭୧୦ ଜଣ କରୋନା ରୋଗୀ ଏବେ ବି ଚିକିତ୍ସାଧୀନ ହେଉଛନ୍ତି । ସେହପିରି ୧ କୋଟି ୫୬ ଲକ୍ଷ ୮୪ ହଜାର ୪୦୬ ଜଣ କରୋନାରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ଏଯାବତ ୧୫ କୋଟି ୪୯ ଲକ୍ଷ ୮୯ ହଜାର ୬୩୫ ଜଣ ଟିକା ନେଇ ସାରିଲେଣୀ । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛ ।