କରୋନା ଦ୍ୱିତୀୟ ଢେଉ: ୨୪ ଘଂଟାରେ ଆଜି ରାଜ୍ୟରୁ ୯ ଜଣ ଆକ୍ରାନ୍ତ ରୋଗୀଙ୍କ ମୁତୁ୍ୟ
କରୋନା ଦ୍ୱିତୀୟ ଢେଉ: ୨୪ ଘଂଟାରେ ଆଜି ରାଜ୍ୟରୁ ୯ ଜଣ ଆକ୍ରାନ୍ତ ରୋଗୀଙ୍କ ମୁତୁ୍ୟ
admin
Apr 26, 2021 - 04:53
Updated: Apr 26, 2021 - 04:53
ଭୁବନେଶ୍ୱର: ରାଜ୍ୟରେ ଆଜି ୯ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩, କେନ୍ଦୁଝର-୨ ଜଣ ଆକ୍ରାନ୍ତ ମୃତୁ୍ୟବରଣ କରିଛନ୍ତି । ସେହିପରି ଗଞ୍ଜାମ, କଟକ, ଭଦ୍ରକ ଓ ସୁନ୍ଦରଗଡ ଜିଲ୍ଲାରୁ ଜଣେ ଲେଖାଏଁ ମୃତୁ୍ୟବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୃତୁ୍ୟସଂଖ୍ୟା ୧୯୯୭ କୁ ବୃଦ୍ଧି ପାଇଛି । ଆଜି ରାଜ୍ୟରେ ୬୫୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ୬୫୯୯ ମଧ୍ୟରୁ କ୍ୱାରେଂଟିନରୁ ୩୮୨୭, ଲୋକାଲ କେସରୁ ୨୭୭୨ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୯୮୫ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୪୩୪, କଳାହାଣ୍ଡି-୫୧୮ , କଟକ-୪୮୮, ନୂଆପଡା -୫୫୧, ସମ୍ବଲପୁର-୨୨୬, ଝାରସୁଗୁଡା-୪୩୬ , ପୁରୀ-୧୪୫, ବରଗଡ-୨୦୩, ନବରଙ୍ଗପୁର-୨୨୧, ବାଲେଶ୍ୱର-୧୩୭ , ସୁବର୍ଣ୍ଣପୁର-୧୨୯ , ବଲାଙ୍ଗିର-୯୮ , ଷ୍ଟେଟପୁଲ-୨୦୧, ଗଞ୍ଜାମ-୩୨୩, ମୟୂରଭଞ୍ଜ-୧୮୦, କେନ୍ଦୁଝର-୧୬୬, କୋରାପୁଟ-୬୯, ଭଦ୍ରକ-୮୭, ଯାଜପୁର-୨୩୭, ନୟାଗଡ-୯୧ , ରାୟଗଡା-୧୧୭, ଅନୁଗୁଳ-୧୮୭, ଜଗତସିଂହପୁର-୯୩, ଗଜପତି-୮୧, କେନ୍ଦ୍ରାପଡା-୩୮, ଦେବଗଡ-୩୮, କନ୍ଧମାଳ-୩୫, ମାଲକାନଗିରି-୨୨ , ବୌଦ୍ଧ-୭୦ ଓ ଢେଙ୍କାନାଳ-୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୧୪ ହଜାର ୫୬ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୪୯ ହଜାର ୦୭୫ ଜଣ ଉପରେ ରହିଛି । ସେହିପରି ରାଜ୍ୟରୁ ୩ ଲକ୍ଷ ୬୨ ହଜାର ୯୩୧ ଆକ୍ରାନ୍ତ ସୁସ୍ଥ ହେଲେଣି ।