କରୋନା ଦ୍ୱିତୀୟ ଢେଉ: ରାଜ୍ୟରେ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ

କରୋନା ଦ୍ୱିତୀୟ ଢେଉ: ରାଜ୍ୟରେ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ

କରୋନା ଦ୍ୱିତୀୟ ଢେଉ: ରାଜ୍ୟରେ ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ
ଭୁବନେଶ୍ୱର: ରାଜ୍ୟରେ ଆଜି ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ଗଞ୍ଜାମ ଓ କଳାହାଣ୍ଡିରୁ ୨ ଲେଖାଏଁ ମୃତୁ୍ୟବରଣ କରିଛନ୍ତି । ସେହିପରି ବାଲେଶ୍ୱର, ବଲାଙ୍ଗିର, କନ୍ଧମାଳ, ଖୋର୍ଦ୍ଧାରୁ ଜଣେ ଲେଖାଏଁ ମୃତୁ୍ୟବରଣ କରିଛନ୍ତି । ରାଜ୍ୟରେ କରୋନା ଜନିତ ମୃତୁ୍ୟସଂଖ୍ୟା ୧୯୭୩କୁ ବୃଦ୍ଧି ପାଇଛି । ସୂଚନା ଅନୁସାରେ, ସୁନ୍ଦରଗଡ-୬୮୪, କଳାହାଣ୍ଡି-୬୮୨ , କଟକ-୩୮୩, ନୂଆପଡା -୪୪୬, ସମ୍ବଲପୁର-୨୬୩, ଝାରସୁଗୁଡା-୨୬୧ , ପୁରୀ-୩୦୬, ବରଗଡ-୨୬୮,ନବରଙ୍ଗପୁର-୨୫୭, ବାଲେଶ୍ୱର-୭୯ , ବଲାଙ୍ଗିର-୨୧୧, , ଷ୍ଟେଟପୁଲ-୧୯୩, ଗଞ୍ଜାମ-୬୭, ମୟୂରଭଞ୍ଜ-୧୧୫, କେନ୍ଦୁଝର-୧୫୭, ଭଦ୍ରକ-୮୬, ଯାଜପୁର-୮୫, ନୟାଗଡ-୮୨,ରାୟଗଡା-୭୦, ଅନୁଗୁଳ-୧୭୩, ଜଗତସିଂହପୁର-୬୨, ଗଜପତି-୪୭, କେନ୍ଦ୍ରାପଡା-୪୧, ଦେବଗଡ-୩୩, କନ୍ଧମାଳ-୩୪, ମାଲକାନଗିରି-୨୧ , ସୁବର୍ଣ୍ଣପୁର-୬୫, ଢେଙ୍କାନାଳ-୧୬ , ବୌଦ୍ଧ-୨୦ ଓ କୋରାପୁଟ-୫୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୯୪ ହଜାର ୬୯୪ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୩୯ ହଜାର ୧୧୭ ଜଣ ଉପରେ ରହିଛି । ସେହିପରି ରାଜ୍ୟରୁ ୩ ଲକ୍ଷ ୫୩ ହଜାର ୫୫୧ ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।