କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୪ ହଜାର ୪୬୯ ଜଣ ପଜିଟିଭ୍ ଚିହ୍ନଟ
କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୪ ହଜାର ୪୬୯ ଜଣ ପଜିଟିଭ୍ ଚିହ୍ନଟ
admin
Jun 13, 2021 - 08:31
Updated: Jun 13, 2021 - 08:31
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ କମିବାରେ ଲାଗିଛି । କରୋନା ଗ୍ରାଫ୍ ରାଜ୍ୟରେ ତଳମୁହାଁ ହେବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪ ହଜାର ୪୬୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ପଜିଟିଭ ଆକ୍ରାନ୍ତ ୨୫୪୬ କ୍ବାରାଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୯୨୩ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ୭୮୨ ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।
ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୬୧୨ ଜଣ, କଟକରୁ ୪୧୩ ଜଣ, ଯାଜପୁରରୁ ୩୭୦ ଜଣ, ବାଲେଶ୍ବରରୁ ୩୧୮ ଜଣ,ଢ଼େଙ୍କାନାଳରୁ ୨୫୨ ଜଣ,ପୁରୀରୁ ୨୪୩ ଜଣ, ଅନୁଗୁଳରୁ ୨୨୬ ଜଣ, ମୟୂରଭଞ୍ଜରୁ ୨୧୬ ଜଣ, ଭଦ୍ରକରୁ ୧୬୫ ଜଣ,ଜଗତସିଂହପୁରରୁ ୧୪୦ ଜଣ, ରାୟଗଡ଼ାରୁ ୧୩୭ ଜଣ, ନୟାଗଡ଼ରୁ ୧୨୮ ଜଣ, ନବରଙ୍ଗପୁରରୁ ୧୧୮ ଜଣ, ସୁନ୍ଦରଗଡ଼ରୁ ୧୦୬ ଜଣ, କେନ୍ଦୁଝରରୁ ୯୬ ଜଣ, କଳାହାଣ୍ଡିରୁ ୯୨ ଜଣ,ବୌଦ୍ଧରୁ ୯୦ ଜଣ, କୋରାପୁଟରୁ ୮୭ ଜଣ, ବରଗଡ଼ରୁ ୮୫ ଜଣ, ମାଲକାନଗିରିରୁ ୭୫ ଜଣ,ସମ୍ବଲପୁରରୁ ୬୧ ଜଣ, ସୋନପୁରରୁ ୬୧ ଜଣ, କେନ୍ଦ୍ରାପଡ଼ାରୁ ୫୯ ଜଣ, ବଲାଙ୍ଗୀରୁ ୫୬ ଜଣ, ଗଞ୍ଜାମରୁ ୪୩ ଜଣ,କନ୍ଧମାଳରୁ ୨୮ ଜଣ, ଝାରସୁଗୁଡ଼ାରୁ ୨୭ ଜଣ, ଗଜପତିରୁ ୨୬ ଜଣ, ଦେବଗଡ଼ରୁ ୨୩ ଜଣ, ନୂଆପଡ଼ାରୁ ୧୪ ଜଣ ଏବଂ ଷ୍ଟେଟ୍ ପୋଲ୍ରୁ ୧୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୮ ଲକ୍ଷ ୫୧ ହଜାର ୭୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୫୯ ହଜାର ୩୬୧ ଜଣ ଆକ୍ଟିଭ୍ କେସ୍ ରହିଥିବା ବେଳେ ୭ ଲକ୍ଷ ୮୯ ହଜାର ୦୬୬ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।