କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୩ ହଜାର ୪୨୭ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୩ ହଜାର ୪୨୭ ଜଣ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୩ ହଜାର ୪୨୭ ଜଣ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଲକଡାଉନ୍, ସଟଡାଉନ୍ ଓ କର୍ଫ୍ୟୁ ଆଦି କଟକଣା ସହ ଜନସାଧାରଣଙ୍କ କୋଭିଡ୍ ସଚେତନତା ପାଇଁ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ଆଗାମୀ ଦିନରେ ସଂକ୍ରମଣ ଆହୁରି କମିବ ବୋଲି କୁହାଯାଇଛି । ଏହା ମଧ୍ୟରେ ଆଜି ପୁଣି ୩୪୨୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୯୫୪ ଓ ସ୍ଥାନୀୟ ଅଞ୍ଚଳରୁ ୧୪୭୩ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୩ ହଜାର ୯୨୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୨୯ ହଜାର ୮୫୧ରହିଥିବା ବେଳେ ୪୦ ହଜାର ୪୭୧ ଜଣ ଚିକିତ୍ସିତ ହେଉଛନ୍ତି ।  


   ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୩୮ ଜଣ, ବାଲେଶ୍ୱରରୁ ୨୬୧ ଜଣ, ବରଗଡ଼ରୁ ୫୨ ଜଣ, ଭଦ୍ରକରୁ ୧୩୯ଜଣ, ବଲାଙ୍ଗୀରରୁ ୪୦ ଜଣ, ବୌଦ୍ଧରୁ ୩୧ ଜଣ, କଟକରୁ ୩୯୬ ଜଣ, ଦେବଗଡ଼ରୁ ୨୨ ଜଣ, ଢେଙ୍କାନାଳରୁ ୭୮ ଜଣ, ଗଜପତିରୁ ୨୭ ଜଣ, ଗଞ୍ଜାମରୁ ୨୬ ଜଣ, ଜଗତସିଂହପୁରରୁ ୧୦୮ ଜଣ, ଯାଜପୁରରୁ ୨୮୫ ଜଣ, ଝାରସୁଗୁଡ଼ାରୁ ୧୦ ଜଣ, କଳାହାଣ୍ଡିରୁ ୩୫ ଜଣ, କନ୍ଧମାଳରୁ ୪୧ ଜଣ, କେନ୍ଦ୍ରାପଡ଼ାରୁ ୧୧୧ ଜଣ, କେଉଁଝରରୁ ୪୭ ଜଣ, କୋରାପୁଟରୁ ୭୨ ଜଣ, ମାଲକାନଗିରିରୁ ୩୮ ଜଣ, ମୟୁରଭଞ୍ଜରୁ ୧୬୨ ଜଣ, ନବରଙ୍ଗପୁରରୁ ୬୦ ଜଣ, ନୟାଗଡ଼ରୁ ୧୪୨ ଜଣ, ନୂଆପଡ଼ାରୁ ୨୦ ଜଣ, ପୁରୀରୁ ୨୧୭ ଜଣ, ରାୟଗଡ଼ାରୁ ୯୪ ଜଣ, ସମ୍ୱଲପୁରରୁ ୩୨ଜଣ, ସୋନପୁରରୁ ୩୦, ସୁନ୍ଦରଗଡ଼ରୁ ୭୮ ଓ ଷ୍ଟେଟ ପୁଲରୁ ୮୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।