କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୪୨ ଜଣଙ୍କ ଜୀବନ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୪୨ ଜଣଙ୍କ ଜୀବନ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ କରୋନା ନେଲା ୪୨ ଜଣଙ୍କ ଜୀବନ
ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାମାନ୍ୟ ହ୍ରାସ ପାଇଥିଲେ ହେଁ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ସଂଖ୍ୟା ଦିନକୁ ଦିନ ଉପରମୁହାଁ ହେଉଛି । ୨୪ ଘଣ୍ଟା ମଧ୍ୟରେ ୪୨ ଜଣଙ୍କ କରୋନାରେ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨୮୭୩ କୁ ବୃଦ୍ଧି ପାଇଛି। ୧୮ଟି ଜିଲ୍ଲାରୁ ୪୨ ଜୀବନ ନେଇଛି ଘାତକ କରୋନ। ମୃତକଙ୍କ ମଧ୍ୟରୁ ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ୫ ଜଣ ହୋଇଥିବା ବେଳେ କଳାହାଣ୍ଡି ଓ କଟକ ଜିଲ୍ଲାରୁ ୪ ଜଣ ରହିଛନ୍ତି । ବୌଦ୍ଧ ଓ ଝାରସୁଗୁଡ଼ା, ଖୋର୍ଦ୍ଧା ଜିଲ୍ଲାରୁ ୩ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ, ବାଲେଶ୍ୱର, ବଲାଙ୍ଗୀର , ଦେଓଗଡ଼, ଗଜପତି ଓ କେନ୍ଦ୍ରାପଡ଼ା ନବରଙ୍ଗପୁର ଓ ରାୟଗଡ଼ ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି । ସେହିପରି ବରଗଡ଼, ଭଦ୍ରକ, ଗଞ୍ଜାମ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ରହିଛନ୍ତି । ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୭ ଲକ୍ଷ ୯୦ ହଜାର ୯୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥି ମଧ୍ୟରୁ ୮୫ ହଜାର ୪୨୩ଜଣ ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୭ ଲକ୍ଷ ୦୨ ହଜାର ୬୨୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହାସହ କରୋନା ଯୋଗୁଁ ୨୮୭୩ ଜଣଙ୍କର ମୃତ୍ୟୁ ହୋଇଛି ।