କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ପୁଣି ୩,୨୨୨ ଜଣ ପଜିଟିଭ ଚିହ୍ନଟ
କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ପୁଣି ୩,୨୨୨ ଜଣ ପଜିଟିଭ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା କିଛିଦିନ ଧରି ଲୁଚକାଳି ଖେଳିବାରେ ଲାଗିଛି । ଦୁଇଦିନ ଧରି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୩ ହଜାର ଉପରେ ରହୁଛି । ରାଜ୍ୟର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ସଂକ୍ରମଣ ଅଧିକ ରହିଥିବା ଦେଖିବାକୁ ମିଳିଛି । ଏହା ମଧ୍ୟରେ ଆଜି ପୁଣି ୩୨୨୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୮୩୮ ଓ ସ୍ଥାନୀୟ ଅଞ୍ଚଳରୁ ୧୩୮୪ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୧୬ ହଜାର ୧୦୯ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୮ ଲକ୍ଷ ୮୦ ହଜାର ୯୯୭ ରହିଥିବା ବେଳେ ୩୦ ହଜାର ୯୫୦ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।
୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୯୧ଜଣ, ବାଲେଶ୍ୱରରୁ ୨୦୮ଜଣ, ବରଗଡ଼ରୁ ୨୪ ଜଣ, ଭଦ୍ରକରୁ ୧୪୧ଜଣ, ବଲାଙ୍ଗୀରରୁ ୨୨ ଜଣ, ବୌଦ୍ଧରୁ ୧୬ଜଣ, କଟକରୁ ୬୧୯ଜଣ, ଦେବଗଡ଼ରୁ ୭ ଜଣ, ଢେଙ୍କାନାଳରୁ ୪୧ଜଣ, ଗଜପତିରୁ ୯ ଜଣ, ଗଞ୍ଜାମରୁ ୨୪ ଜଣ, ଜଗତସିଂହପୁରରୁ ୨୧୨ ଜଣ, ଯାଜପୁରରୁ ୧୯୦ ଜଣ, ଝାରସୁଗୁଡ଼ାରୁ ୯ ଜଣ, କଳାହାଣ୍ଡିରୁ ୨୫ ଜଣ, କନ୍ଧମାଳରୁ ୨୫ ଜଣ, କେନ୍ଦ୍ରାପଡ଼ାରୁ ୧୭୯ଜଣ, କେଉଁଝରରୁ୬୪, ଖୋର୍ଦ୍ଧାରୁ ୪୨୨ ଜଣ, କୋରାପୁଟରୁ ୫୩ଜଣ, ମାଲକାନଗିରିରୁ ୬୬ଜଣ, ମୟୁରଭଞ୍ଜରୁ ୧୯୫ଜଣ, ନବରଙ୍ଗପୁରରୁ ୨୩ ଜଣ, ନୟାଗଡ଼ରୁ ୧୧୪ଜଣ, ନୂଆପଡ଼ାରୁ ୧୬ଜଣ, ପୁରୀରୁ ୧୮୮ଜଣ, ରାୟଗଡ଼ାରୁ ୬୧ଜଣ, ସମ୍ୱଲପୁରରୁ ୩୧ଜଣ, ସୋନପୁରରୁ ୧୨, ସୁନ୍ଦରଗଡ଼ରୁ ୬୬ ଓ ଷ୍ଟେଟ ପୁଲରୁ ୬୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।




admin 