କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୪୩ ଜଣଙ୍କ ମୁଣ୍ଡ ନେଲା କରୋନା

କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୪୩ ଜଣଙ୍କ ମୁଣ୍ଡ ନେଲା କରୋନା

କରୋନା ଦ୍ୱିତୀୟ ଢେଉ : ଆଜି ରାଜ୍ୟରୁ ୪୩ ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : କରୋନାରେ ଆଉ ୪୩ ଜଣଙ୍କର ମୃତୁ୍ୟ ଘଟିଛି  । ଫଳରେ ରାଜ୍ୟରେ କରୋନା ଜନିତ ମୃତୁ୍ୟ ସଂଖ୍ୟା ୩୯୩୦ରେ ପହଁଚିଛି  । ଏଯାବତ ରାଜ୍ୟରେ ୯ ଲକ୍ଷ ୩ ହଜାର ୭୮୯ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୮ ଲକ୍ଷ ୬୭ ହଜାର ୪୦୨ ଜଣ ସୁସ୍ଥ ହୋଇଛନ୍ତି  । ଯେତେବେଳେକି ୩୨୪୦୪ ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି  । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ, ବାଲେଶ୍ୱରରେ ୧, ବରଗଡ଼ରେ ୫, ଭଦ୍ରକରେ ୩, କଟକରେ ୩, ଢେଙ୍କାନାଳରେ ୨, ଗଞ୍ଜାମରେ ୩, କେନ୍ଦୁଝରରେ ୧, ଖୋର୍ଦ୍ଧାରେ ୯, ମୟୂରଭଞ୍ଜରେ ୧, ନୟାଗଡ଼ରେ ୫, ପୁରୀରେ ୫, ସମ୍ବଲପୁରରେ ୧ ଓ ସୁନ୍ଦରଗଡ଼ରେ ୪ ଜଣଙ୍କର ମୃତୁ୍ୟ ଘଟିଛି  ।

                     ଅପରପକ୍ଷରେ ସୂଚନା ଓ ଲୋକସମ୍ପର୍କ ବିଭାଗର ତଥ୍ୟ ଅନୁଯାୟୀ, ଅନୁଗୁଳରେ ୧୧୬, ବାଲେଶ୍ୱରରେ ୩୯୭, ବରଗଡ଼ରେ ୪୭, ଭଦ୍ରକରେ ୧୬୩, ବଲାଙ୍ଗୀରରେ ୧୦, ବୌଦ୍ଧରେ ୧୬, କଟକରେ ୫୬୬, ଦେବଗଡ଼ରେ ୪, ଢେଙ୍କାନାଳରେ ୬୯, ଗଜପତିରେ ୧୨, ଗଞ୍ଜାମରେ ୧୮, ଜଗତସିଂହପୁରରେ ୧୩୦, ଯାଜପୁରରେ ୧୯୪, ଝାରସୁଗୁଡ଼ାରେ ୧୧, କଳାହାଣ୍ଡିରେ ୩୧, କନ୍ଧମାଳରେ ୨୩, କେନ୍ଦ୍ରାପଡ଼ାରେ ୧୩୪, କେନ୍ଦୁଝରରେ ୬୫, ଖୋର୍ଦ୍ଧାରେ ୪୪୦, କୋରାପୁଟରେ ୫୯, ମାଲକାନାଗିରିରେ ୭୧, ମୟୂରଭଞ୍ଜରେ ୧୯୯, ନବରଙ୍ଗପୁରରେ ୩୯, ନୟାଗଡ଼ରେ ୧୧୧, ନୂଆପଡ଼ାରେ ୪, ପୁରୀରେ ୧୭୫, ରାୟଗଡ଼ାରେ ୪୩, ସମ୍ବଲପୁରରେ ୨୯, ସୋନପୁରରେ ୧୭, ସୁନ୍ଦରଗଡ଼ରେ ୩୬ ଓ ରାଜ୍ୟ ପୁଲରେ ୯୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି  ।