କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୮୩୮୬ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ : ରାଜ୍ୟରେ ଆଜି ୮୩୮୬ ପଜିଟିଭ୍ ଚିହ୍ନଟ

କରୋନା ଦ୍ୱିତୀୟ ଢେଉ :  ରାଜ୍ୟରେ ଆଜି ୮୩୮୬ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ ମାଡି ମାଡି ଚାଲିଛି । ଆଜି ଦିନକରେ ୮୩୮୬ ନୂଆ କରୋନା ରୋଗୀ ଚିହ୍ନଟ ସହ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ଟପି ଯାଇଛି । ଆମ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ଲାଗୁ କରାଯାଇଛି । ସଟଡାଉନ ଆଗରୁ ଓଡିଶାରେ ଲାଗିଯାଇଥିଲା ନାଇଟକର୍ଫୁ୍ୟ । ତଥାପି ଆମ ରାଜ୍ୟର କିଛି ଅମାନିଆଙ୍କ ଯୋଗୁଁ କରୋନା ସକଂମଣ ବଢି ଚଲିଛି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ୮୩୮୬ ମଧ୍ୟରୁ କ୍ୱାରେଂଟିନରୁ ୪୭୮୧, ଲୋକାଲ କେସରୁ ୩୬୦୫ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲରୁ ସର୍ବାଧିକ ୧୮୪୦ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡ-୯୩୩, ବଲାଙ୍ଗିର-୩୮୫, କଳାହାଣ୍ଡି-୧୨୬ , କଟକ-୪୯୬, ନୂଆପଡା -୨୩୩, ସମ୍ବଲପୁର-୩୦୭, ଝାରସୁଗୁଡା-୪୩୩ , ପୁରୀ-୨୫୯, ବରଗଡ-୨୫୭, ନବରଙ୍ଗପୁର-୩୮୮, ବାଲେଶ୍ୱର-୨୦୨ ,ସୁବର୍ଣ୍ଣପୁର-୬୭, ଷ୍ଟେଟପୁଲ-୩୪୮, ଗଞ୍ଜାମ-୨୦୯, ମୟୂରଭଞ୍ଜ-୨୮୯, କେନ୍ଦୁଝର-୧୭୫, କୋରାପୁଟ-୬୯, ଭଦ୍ରକ-୬୭, ଯାଜପୁର-୨୭୦, ନୟାଗଡ-୧୨୨ , ରାୟଗଡା-୭୫, ଅନୁଗୁଳ-୩୪୭, ଜଗତସିଂହପୁର-୧୨୯, ଗଜପତି-୯୬, କେନ୍ଦ୍ରାପଡା-୪୯, ଦେବଗଡ-୬୧, କନ୍ଧମାଳ-୫୩, ମାଲକାନଗିରି-୨୪ , ବୌଦ୍ଧ-୮୩ ଓ ଢେଙ୍କାନାଳ-୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୨୮ ହଜାର ୫୧୫ କୁ ବୃଦ୍ଧି ପାଇଛି । ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ୫୫ ହଜାର ୨୫୫ ଜଣ ଉପରେ ରହିଛି । ସେହିପରି ରାଜ୍ୟରୁ ୩ ଲକ୍ଷ ୭୧ ହଜାର ୨୦୦ ଆକ୍ରାନ୍ତ ସୁସ୍ଥ ହେଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।