କରୋନା ଡର : ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକସିନକୁ ଅନୁମତି

କରୋନା ଡର : ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକସିନକୁ ଅନୁମତି

କରୋନା ଡର : ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକସିନକୁ ଅନୁମତି

ନୂଆଦିଲ୍ଲୀ: ଦେଶରେ ଏବେ କରୋନା ଡର । କିଛି ଦିନର ନିରବତା ପରେ କରୋନା ଏବେ ପୁଣି ଥରେ ଡରାଇବା ଆରମ୍ଭ କରିଛି ।  କରୋନାକୁ ମାତ ଦେବା ପାଇଁ ଟିକାକରଣକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି ।

ତାହା ହେଲା  ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ନାଜାଲ ଭ୍ୟାକସିନକୁ ଅନୁମତି ମିଳିଛି ।  ବୁଷ୍ଟର ଡୋଜ ଭାବେ ନେବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି ।  ଆଜିଠାରୁ କୋୱିନ ଆପରେ ଏହା ଉପଲବ୍ଧ ହେବା ନେଇ ସୂଚନା ମିଳିଛି ।  ପ୍ରଥମ ପର୍ଯ୍ୟାୟରେ ଏହା ଘରୋଇ ହସ୍ପିଟାଲରେ ମିଳିବ ବୋଲି ଜଣାଯାଇଛି । 

ଇଞ୍ଜେକ୍‌ସନ୍‌ରେ ଦିଆଯାଉଥିବା ଭ୍ୟାକ୍ସିନ୍‌ ତୁଳନାରେ ନାଜାଲ ଟିକା ଭଲ ବୋଲି ବିବେଚନା କରାଯାଉଛି । ବିଶେଷଜ୍ଞ କମିଟି ଏହାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଇଞ୍ଜେକ୍‌ସନ୍‌ ତୁଳନାରେ ଏହାକୁ ଗଚ୍ଛିତ ରଖିବା ଓ ବଣ୍ଟନ କରିବା ସହଜ ହେବ । ଏହି ନାଜାଲ ଭାକ୍ସିନ୍‌ ନଷ୍ଟ  ହେବାର ସମ୍ଭାବନା ମଧ୍ୟ କମ୍‌ ବୋଲି ବିଶେଷଜ୍ଞ କମିଟି କହିଛି । ଭୂତାଣୁର ପ୍ରବେଶପଥ ନାକରେ ଏହି ଟିକା ଦିଆଯାଉଥିବାରୁ କୋଭିଡ୍‌ ନାଇଣ୍ଟିନ୍‌ ପ୍ରତିରୋଧରେ ଏହା ସୁରକ୍ଷା ଯୋଗାଇ ପାରିବ ବୋଲି କୁହାଯାଇଛି।

ବିଶ୍ୱର ବିଭିନ୍ନ ରାଷ୍ଟ୍ରରେ କରୋନା ସଂକ୍ରମଣ ବଢ଼ୁଥିବାରୁ ଭାରତରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶେଷ କରି ଚାଇନାର ଆତଙ୍କ ଖେଳାଇଥିବା ଓମିକ୍ରନ ଭାରିଏଣ୍ଟର ବିଏଫ ୭ ଓଡ଼ିଶା ଓ ଗୁଜରାଟରୁ ଠାବ ହେବା ପରେ ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି।

ଏହାର ଆରୋଗ୍ୟ ହାର ଯଥେଷ୍ଟ ଅଧିକ। ବିଏଫ ୭ ଷ୍ଟ୍ରେନ ଦ୍ୱାରା ଜ୍ୱର, ଗଳା ଦରଜ, ନାକ ବନ୍ଦ ଓ କଫ ସମସ୍ୟା ଦେଖାଯାଇ ପାରେ। କିଛି ଲୋକଙ୍କର ବାନ୍ତି ଓ ଝାଡ଼ା ମଧ୍ୟ ହେବାର ଆଶଙ୍କା ରହିଛି। ତେଣୁ ଏହି ସବୁ ଲକ୍ଷଣ ଥିବା ଲୋକମାନେ ତୁରନ୍ତ ଡାକ୍ତରଙ୍କ ପରାମର୍ଶକ୍ରମେ ନିଜର ଟେଷ୍ଟ କରାଇବା ଜରୁରୀ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

ସ୍ଥିତିକୁ ଦେଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରି ନାହାନ୍ତି। କିନ୍ତୁ ନିଜର ସୁରକ୍ଷା ଓ ସଂକ୍ରମଣ ଜନିତ ବିପଦକୁ ଏଡ଼ାଇବା ପାଇଁ ଦେଶବାସୀଙ୍କୁ ମାସ୍କ ପିନ୍ଧିବାକୁ ଅପିଲ କରିଛନ୍ତି।ଏଥିସହ ସାମାଜିକ ଦୂରତା ଓ ସାନିଟାଇଜର ବ୍ୟବହାର କରିବାକୁ ମଧ୍ୟ କହିଛନ୍ତି। ଏହାବାଦ ସେ ରାଜ୍ୟ ସରକାର ସର୍ଭେଲାନ୍ସକୁ ଜୋରଦାର କରିବା ସହ କରୋନା ଟେଷ୍ଟିଂ ବୃଦ୍ଧି କରିବାକୁ କହିଛନ୍ତି। ଏହାବାଦ କରୋନାର ନୂଆ ଭାରିଏଣ୍ଟକୁ ଯଥାଶୀଘ୍ର ଚିହ୍ନଟ କରିବା ପାଇଁ ଅଧିକରୁ ଅଧିକ ନମୁନାର ଜେନୋମ ସିକ୍ୱେନ୍ସିଂ ପାଇଁ ପରାମର୍ଶ ଦେଇଛନ୍ତି।