ପୁଣି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ପୁଣି ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା
ଭୁବନେଶ୍ୱର: ଓଡ଼ିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆସନ୍ତା ୨୮ କିମ୍ବା ୨୯ ତାରିଖରେ ନଡ୍ଡା ପୁଣି ଓଡ଼ିଶା ଗସ୍ତରେ ଆସିବେ। ଏନେଇ ବରିଷ୍ଠ ବିଜେପି ନେତା ତଥା ରାଜ୍ୟ ସାଧାରଣ ସଂପାଦକ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି। ତେବେ ତାଙ୍କର ସୂଚନା ଅନୁଯାୟୀ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡାଙ୍କ ଗସ୍ତର କାର୍ୟ୍ୟସୂଚୀ ପରବର୍ତ୍ତୀ ସମୟରେ ଜଣାଇ ଦିଆଯିବ।
ସୂଚନାଯୋଗ୍ୟ, ଜେ ପି ନଡ୍ଡା ଗତ ସେପ୍ଟେମ୍ବର ମାସ ୨୯ ଓ ୩୦ ଦୁଇଦିନ ଓଡ଼ିଶାରେ ରହି ଦଳୀୟ କାର୍ୟ୍ୟକର୍ତ୍ତାମାନଙ୍କୁ ମାର୍ଗଦର୍ଶନ କରିଥିଲେ। ବିଜେପି ମିସନ ୨୦୨୪ କିଭଳି ସଫଳ ହେବ ସେ ନେଇ କାର୍ୟ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ। ଏହି ଗସ୍ତ ସମୟରେ ନଡ୍ଡା ଦଳର ସଂଗଠନର ସୁଦୃଢ଼ କରିବାକୁ ରଣନୀତି ପ୍ରସ୍ତୁତ କରିବା ସହ ଦଳର ବିଭିନ୍ନ ସ୍ତରର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଏହି ଗସ୍ତ ସମୟରେ ବୁଥସ୍ତରୀୟ ଅଭିଯାନ ପାଇଁ ଖସଡ଼ା ପ୍ରସ୍ତୁତ ହୋଇଥିଲା। ରାଜ୍ୟର ୩୭ ହଜାର ବୁଥରେ ରାଜ୍ୟ ବିଜେପି ପହଞ୍ଚିବ। ବିଜେପି ସରକାରଙ୍କ କଥା ଗାଁରେ ପହଞ୍ଚାଇବ ବିଜେପି ରାଜ୍ୟ ସରକାରଙ୍କ ବିଫଳତା କଥା କହିବ ବୋଲି ନିଷ୍ପତ୍ତି ହୋଇଥିଲା।




admin 