କରୋନା ଟିକା ପାଇଁ ଆଜି ଖୋଲିବ ଗ୍ଲୋବାଲ ଟେଣ୍ଡର

କରୋନା ଟିକା ପାଇଁ ଆଜି ଖୋଲିବ ଗ୍ଲୋବାଲ ଟେଣ୍ଡର

କରୋନା ଟିକା ପାଇଁ ଆଜି ଖୋଲିବ ଗ୍ଲୋବାଲ ଟେଣ୍ଡର
ଭୁବନେଶ୍ୱର: କରୋନା ଦ୍ୱିତୀୟ ଢେଉ ବହୁତ ଜୋରେ ମାଡି ଆସୁଛି । କରୋନା ସଂକ୍ରମଣ ବୃଦ୍ଧି ରାଜ୍ୟରେ ମଧ୍ୟ ବଢି ଚାଲିଛି । ରାଜ୍ୟରେ କରୋନା ଦ୍ୱିତୀୟ ଲହରୀ ଆରମ୍ଭ ହୋଇଗଲା । ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ରାଜ୍ୟର କରୋନା ଗ୍ରାଫ୍ ଉପର ମୁହାଁରେ ଚାଲିଛି । କରୋନା ଲେଉଟାଣି କୋପ ଭୟଙ୍କର ହେଲାଣୀ । ଦିନକୁ ଦିନ ମାଡି ମାଡି ଚାଲିଛି । ରାଜ୍ୟରେ ଆଜି ସର୍ବାଧିକ ୭ ହଜାର ୨୧୬ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଆମ ରାଜ୍ୟରେ ସପ୍ତାହାନ୍ତ ସଟଡାଉନ ମଧ୍ୟ ଲାଗୁ କରାଯାଇଛି । ସଟଡାଉନ ଆଗରୁ ଓଡିଶାରେ ଲାଗିଯାଇଥିଲା ନାଇଟକର୍ଫୁ୍ୟ । ତଥାପି ଆମ ରାଜ୍ୟର କିଛି ଅମାନିଆଙ୍କ ଯୋଗୁଁ କରୋନା ସକଂମଣ ବଢି ଚଲିଛି । ପଜିଟିଭ ସଂଖ୍ୟା ଡରାଉଥିବା ବେଳେ ବି୍ରଟେନ୍ ଷ୍ଟ୍ରେନ୍ ଓଡିଶା ଆସି ସାରିଛି । ଏହାରି ଭିତରରେ ସାମାନାକୁ ଆସିଲା ଆଉ ଏକ ବଡ ଖବର । ତାହା ହେଲା ଟିକା ପାଇଁ ରାଜ୍ୟ ସରାକର ଆହ୍ୱାନ କରିଥିବା ଗ୍ଲୋବାଲ ଟେଣ୍ଡର ଆଜି ଖୋଲିବ । ପ୍ରଥମେ ଦିନ ୧୧ଟା ବେଳେ ଟେକ୍ନିକାଲ ବିଡ୍ ଖୋଲାଯିବ । ଟେକ୍ନିକାଲ ବିଡ୍ ପରେ ଫାଇନାନସିଆଲ ବିଡ୍ ଖୋଲାଯିବ । ରାଜ୍ୟ ସରକାରଙ୍କୁ କେଉଁ କମ୍ପାନି ଟିକା ଦେବେ ୫ଟାରେ ଜଣାପଡିବ । ଟିକା ଯୋଗାଣ ତ୍ୱରାନିତ ପାଇଁ ରାଜ୍ୟ ସରକାର ଗ୍ଲୋବାଲ ଟେଣ୍ଡର ଡାକିଥିଲେ । ଅଧିକ କଂପାନୀଙ୍କୁ ଆକୃଷ୍ଟ କରିବାକୁ ଟେଣ୍ଡର ସର୍ତରେ ପରିବର୍ତନ କରିଥିଲେ ।