କଟକ ବାଲିଯାତ୍ରାରେ ବିଜୁ ଯୁବ ବାହିନୀର ସ୍ୱତନ୍ତ୍ର ଷ୍ଟଲ୍ ଉଦଘାଟିତ
କଟକ ବାଲିଯାତ୍ରାରେ ବିଜୁ ଯୁବ ବାହିନୀର ସ୍ୱତନ୍ତ୍ର ଷ୍ଟଲ୍ ଉଦଘାଟିତ
admin
Nov 13, 2019 - 05:10
Updated: Nov 13, 2019 - 05:10
କଟକ: ଐତିହାସିକ ରାଜ୍ୟ ମହୋତ୍ସବ କଟକ ‘ବାଲିଯାତ୍ରା’ର ଉଦ୍ଘାଟନୀ ସନ୍ଧ୍ୟାରେ ‘ବିଜୁ ଯୁବ ବାହିନୀ’ର ଏକ ଷ୍ଟଲ୍ ସ୍ଥାପନ କରାଯାଇଛି । ଏହାକୁ ରାଜ୍ୟ ଯୁବ କଲ୍ୟାଣ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧ୍ୟକ୍ଷ ଶ୍ରୀ ବିଜୟ କୁମାର ନାୟକ ଉଦଘାଟନ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବଳିଷ୍ଠ ନେତୃତ୍ୱରେ ପରିଚାଳିତ ଯୁବ ସଶକ୍ତିକରଣ ଯୋଜନା ଅଧୀନରେ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀଙ୍କୁ ଲୋକଙ୍କ ସେବାରେ ବ୍ରତୀ ହେବା ପାଇଁ ଆହ୍ୱାନ ଦେଇଥିଲେ ।
କଟକ ବାଲିଯାତ୍ରାରେ ଚଳିତବର୍ଷର ଅନେକ ସରସ ସୁନ୍ଦର ଷ୍ଟଲ୍ ମଧ୍ୟରେ ‘ବିଜୁ ଯୁବ ବାହିନୀ’ର ଷ୍ଟଲ୍ ପ୍ରଥମଥର ପାଇଁ ସ୍ଥାପନ କରାଯିବା ସହ ଷ୍ଟଲ୍ଟି ଅତ୍ୟନ୍ତ ଆକର୍ଷଣୀୟ ହୋଇପାରିଛି । ପ୍ରକାଶଥାଉକି, ରାଜ୍ୟର ୨.୭ଲକ୍ଷରୁ ଊଦ୍ଧ୍ୱର୍ ବିଜୁ ଯୁବ ବାହିନୀର ସ୍ୱେଚ୍ଛାସେବୀମାନେ ଗତବର୍ଷ ଠାରୁ ଅଦ୍ୟାବଧି ଅନେକ ଉଲ୍ଲେଖନୀୟ ସାମାଜିକ ସେବା କାର୍ଯ୍ୟକ୍ରମମାନ ହାତକୁ ନେଇ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଷ୍ଟଲ୍ ମଧ୍ୟରେ ବିଜୁ ଯୁବ ବାହିନୀ ଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟକ୍ରମ ତଥା ସେବା କାର୍ଯ୍ୟ ସଂପର୍କରେ ଦୃଶ୍ୟ ଓ ଚିତ୍ର ପ୍ରଦର୍ଶନ ମାଧ୍ୟମରେ ଜନସାଧାରଣଙ୍କୁ ଅବଗତ କରିବା ସହ ଯୁବ ପିଢ଼ିଙ୍କୁ ଏ ଦିଗରେ ଅନୁପ୍ରାଣିତ କରିବାର ପ୍ରୟାସ କରାଯାଇଛି ।