କଂଗ୍ରେସରେ ମିଶିବେ ଉର୍ମିଳା ମାତୋଣ୍ଡକର

କଂଗ୍ରେସରେ ମିଶିବେ ଉର୍ମିଳା ମାତୋଣ୍ଡକର

କଂଗ୍ରେସରେ ମିଶିବେ ଉର୍ମିଳା ମାତୋଣ୍ଡକର
ମୁମ୍ବାଇ: ‘ରଙ୍ଗିଲା’ଚଳଚ୍ଚିତ୍ରରୁ କ୍ୟାରିଅର୍ ଆରମ୍ଭ କରି ବେଶ୍ ଲୋକପ୍ରିୟ ହୋଇପାରିଥିବା ବଲିଉଡ୍ ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର କଂଗ୍ରେସରେ ସାମିଲ ହେବେ । ମୁମ୍ବାଇ ଉତରରୁ ଉର୍ମିଳା ଲୋକସଭା ନିର୍ବାଚନ ଲଢିବେ ବୋଲି ଆଶା କରାଯାଉଛି । ଏହି ଆସନରୁ ବିଜେପି ଟିକେଟ୍ରେ ଲଢିବାକୁ ଯାଉଥିବା ଗୋପାଲ ସେଟ୍ଟିଙ୍କୁ ଟକ୍କର ଦେବା ପାଇଁ କଂଗ୍ରେସ ଉର୍ମିଳାଙ୍କୁ ନେଇପାରେ । ତାଙ୍କ ସହିତ କଂଗ୍ରେସ ନେତା ସଞ୍ଜୟ ନିରୁପମ୍ ଏବଂ ମୁମ୍ବାଇ କଂଗ୍ରେସର ନୂଆ ସଭାପତି ମିଳିନ୍ଦ ଦେଓରା ଆଲୋଚନା କରିଥିବା ଜାଣିବାକୁ ମିଳିଛି । କଂଗ୍ରେସ ଟିକେଟ୍ରେ ମୁମ୍ବାଇ ଉତର ଲୋକସଭା ନିର୍ବାଚନ ଲଢିବା ପାଇଁ ତାଙ୍କୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି । ନିରୁପମ୍ କହିଛନ୍ତି, ଉର୍ମିଳା କଂଗ୍ରେସର ଅନୁରୋଧ ରକ୍ଷା କରି ନିର୍ବାଚନ ଲଢିବେ ବୋଲି ଆଶା କରୁଛୁ । ଆମର ଆଶା ସେ ନିଶ୍ଚିତ ବହୁଭୋଟ୍ ବ୍ୟବଧାନରେ ଜିତିବେ । ସାମାଜିକ ସେବା କ୍ଷେତ୍ରରେ ଉର୍ମିଳାଙ୍କ ଅବଦାନ ରହିଛି । ଫିଲ୍ମ ଷ୍ଟାର ବ୍ୟତୀତ ତାଙ୍କୁ ଜଣେ ସାମାଜିକ କର୍ମୀ ଭାବେ ମଧ୍ୟ ମୁମ୍ବାଇବାସୀ ବିବେଚନା କରନ୍ତି ।