କଂଗ୍ରେସରେ ଭିଲେନ ଅଛନ୍ତି

କଂଗ୍ରେସରେ ଭିଲେନ ଅଛନ୍ତି

କଂଗ୍ରେସରେ ଭିଲେନ ଅଛନ୍ତି
ଭୁବନେଶ୍ୱର: ଗତ ସାଧାରଣ ନିର୍ବାଚନରେ ଶୋଚନୀୟ ପରାଜୟ ପରେ ବି କଂଗ୍ରେସରେ ତୁତୁ ମେଁମେଁ କମୁନି । କେତେବେଳେ କିଏ କାହାକୁ ଇଙ୍ଗିତ କରି ମନ୍ତବ୍ୟ ଦେଉଛନ୍ତି ତ ଆଉ କେତେବେଳେ କାହାକୁ ଟାର୍ଗେଟ କରୁଛନ୍ତି । ଏହାରି ଭିତରେ ପୁଣି ଏକ ବିସ୍ଫୋରକ ବୟାନ ଦେଇଛନ୍ତି କଂଗ୍ରେସ ନେତା ଅମର ପ୍ରଧାନ । କଂଗ୍ରେସ ଭିତରେ ଭିଲେନ ଅଛନ୍ତି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ସମ୍ପୃକ୍ତ ଭିଲେନ କଂଗ୍ରେସରେ ରହି ସରକାରୀ ଦଳ ସହ ହାତ ମିଳାଇଛନ୍ତି । ଖାଲି ସେତିକି ନୁହେଁ ସରକାରୀ ଦଳ ସହ ହାତ ମିଶାଇ କଂଗ୍ରେସ ନେତାଙ୍କୁ ଗିରଫ କରାଉଛନ୍ତି । ସୋନିଆ ଗାନ୍ଧୀଙ୍କ ଆଗରେ ସମ୍ପୃକ୍ତ ଭିଲେନର ଖୁଲାସା କରିବି ବୋଲି ଶ୍ରୀ ପ୍ରଧାନ କହିଛନ୍ତି । ଅନ୍ୟପକ୍ଷରେ ଅମରଙ୍କ ସହ ସ୍ୱର ମିଳାଇଛନ୍ତି ଏଆଇସିସି ସମ୍ପାଦକ ଶରତ ରାଉତ । ସେ କହିଛନ୍ତି ଯେ, ସବୁ ଦଳରେ ଭିଲେନ ଅଛନ୍ତି, ଆମ ଦଳରେ ବି ଥାଇପାରନ୍ତି । ଦଳବିରୋଧୀ ନେତାଙ୍କ ମୁଖା ଖୋଲି ବହିଷ୍କାର କରାଯିବା ଦରକାର । ଦଳର ସ୍ୱାର୍ଥ ପାଇଁ ଯେତିକି ପôର ନୁହନ୍ତି, ଅନ୍ୟ ଦଳ ପାଇଁ ବେଶୀ ତପôର ବୋଲି ଶରତ ରାଉତ କହିଛନ୍ତି ।