କଂଗ୍ରେସ ଭବନରେ ଧସ୍ତାଧସ୍ତି ।
କଂଗ୍ରେସ ଭବନରେ ଧସ୍ତାଧସ୍ତି ।
admin
Jun 12, 2020 - 07:12
Updated: Jun 12, 2020 - 07:12
ଟେଲିଭିଜନ ବିତର୍କ କାର୍ଯ୍ୟକ୍ରମରେ କଂଗ୍ରେସ ଦଳ ପକ୍ଷରୁ ପ୍ରତିନିଧିତ୍ୱ କରିବା ପାଇଁ ହୋଇଥିବା ତାଲିକାକୁ ନେଇ ପିସିସି କାର୍ଯ୍ୟାଳୟରେ ଧସ୍ତାଧସ୍ତି ହୋଇଛି । ଏଥିରେ ଦଳୀୟ ନେତା ନରେଶ ମହାନ୍ତି ଓ ସୁଦର୍ଶନ ଦାସ ସାମାନ୍ୟ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ, ଗୁରୁବାର ଅପରାହ୍ନରେ ଦଳର ବରିଷ୍ଠ ନେତା ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ଟିଭି ପାନେଲିଷ୍ଟମାନଙ୍କର ଏକ ବୈଠକ ଦଳୀୟ କାର୍ଯ୍ୟାଳୟରେ ନେଉଥିଲେ । ପ୍ରତ୍ୟେକ ଦିନ ବିଭିନ୍ନ ଟେଲିଭିଜନ ଚାନେଲମାନଙ୍କୁ ଯିବାକୁ ଅତିଥି ଭାବେ ଯିବାକୁ ଥିବା ତାଲିକା ଭୁକ୍ତ ପାନେଲିଷ୍ଟ ତାଙ୍କୁ ଜଣାଇବାକୁ ଯିବା ପାଇଁ ଆଲୋଚନା ଚାଲିଥିଲା । ଏହି ସମୟରେ ପାନେଲିଷ୍ଟ ତାଲିକାକୁ ନେଇ ଅସନ୍ତୁ୍େଟ କିଛି କର୍ମୀ ଶ୍ରୀ ଜ୍ଞାନେନ୍ଦ୍ରଙ୍କୁ ଗାଳିଗୁଲଜ କରିବା ସହିତ ସେ ଅତୀତରେ ଦଳ ବଦଳ କରିଥିବା ନେଇ ଆକ୍ଷେପ କରିଥିଲେ । ଏହା ସହିତ ମହାନଦୀ ବଞ୍ଚାଅ ଆନେ୍ଦାଳନରୁ ଆସି କଂଗ୍ରେସରେ ଯୋଗ ଦେଇଥିବା ସୁଦର୍ଶନ ଦାସଙ୍କ ପ୍ରତି କଟୁକ୍ତି ପ୍ରୟୋଗ କରିଥିଲେ । ଏହି ସମୟରେ କଂଗ୍ରେସ ନେତା ଚିନ୍ମୟ ସୁନ୍ଦର ଦାସଙ୍କ ଗାଡ଼ିରେ ଯିବାକୁ ବାହାରିଥିବା ଦଳୀୟ ନେତା ନରେଶ ମହାନ୍ତିଙ୍କୁ ଗାଳି ଗୁଲଜ କରିବାରୁ କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଫଳରେ ଉଭୟ ଶ୍ରୀ ଦାସ ଓ ଶ୍ରୀ ମହାନ୍ତି ଆହତ ହୋଇଥିଲେ ।