ଓଡ଼ିଶାରେ ଆଉ ୨ହଜାର ନୂଆ ଡାକ୍ତର ପଦବୀ ସୃଷ୍ଟି

ଓଡ଼ିଶାରେ ଆଉ ୨ହଜାର ନୂଆ ଡାକ୍ତର ପଦବୀ ସୃଷ୍ଟି

ଓଡ଼ିଶାରେ ଆଉ ୨ହଜାର ନୂଆ ଡାକ୍ତର ପଦବୀ ସୃଷ୍ଟି

ଭୁବନେଶ୍ୱର: ଓଡ଼ିଶାରେ ବିଶ୍ୱସ୍ତରୀୟ ଚିକିିତ୍ସା ସୁବିଧା ଓ ସ୍ୱାସ୍ଥ୍ୟ ଭିତ୍ତିଭୂମି ଯୋଗାଇ ଦେବାର ସ୍ୱପ୍ନ ଦେଖାଇଥିବା ରାଜ୍ୟ ସରକାର ଆଜି ଆଉ ୨ହଜାର ନୂଆ ଡାକ୍ତରୀ ପଦବୀ ସୃଷ୍ଟିକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହି ନୂଆ ଡାକ୍ତର ପଦବୀ ସହ ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ପଦବୀ ସଂଖ୍ୟା ୧୦୭୧୯କୁ ବୃଦ୍ଧି ପାଇଛି ।
ରାଜ୍ୟ ସ୍ୱାସ୍ଥ୍ୟ ସଚିବ ଶାଳିନୀ ପଣ୍ଡିତ ରାଜ୍ୟରେ ଓଡ଼ିଶା ମେଡିକାଲ ଓ ସ୍ୱାସ୍ଥ୍ୟ ସେବା କ୍ୟାଡ଼ରରେ ଆଉ ୨ହଜାର ଏଲଟିଆରଏମଓ (ଲିଭ୍ ଟ୍ରେନିଂ ରିଜର୍ଭ ମେଡିକାଲ ଅଫିସର) ଡାକ୍ତରୀ ପଦବୀ ଗ୍ରୁପ୍ – କ (ଜୁନିୟର ବ୍ରାଂଚ) ପାହ୍ୟାରେ ସୃଷ୍ଟି କରାଯାଇଥିବା ନେଇ ପ୍ରିନ୍ସିପାଲ ଆକାଉଣ୍ଟାଣ୍ଟ ଜେନେରାଲ(ଏଜି)ଙ୍କୁ ଚିଠି ଲେଖି ଅବଗତ କରିଛନ୍ତି । ଏହି ୨୦୦୦ ନୂଆ ଡାକ୍ତରୀ ପଦବୀ ମଧ୍ୟରୁ ସମସ୍ତ ୩୦ଟି ଜିଲ୍ଲା ମୁଖ୍ୟ ହସ୍ପିଟାଲ ନିମନ୍ତେ ୫୦ଟି ଲେଖାଏଁ ଡାକ୍ତରୀ ପଦବୀ ଅର୍ଥାତ୍ ମୋଟ ୧୫୦୦ ପଦବୀ ଉଦ୍ଦିଷ୍ଟ ରହିବ । ରାଉରକେଲା ସରକାରୀ ହସ୍ପିଟାଲ(ଆରଜିଏଚ) ପାଇଁ ୨୦ଟି ଡାକ୍ତରୀ ପଦବୀ ଏବଂ ୩୨ଟି ଉପଖଣ୍ଡ ହସ୍ପିଟାଲରେ ୧୫ଟି ଲେଖାଏଁ ଡାକ୍ତରୀ ପଦବୀ ଅର୍ଥାତ୍ ମୋଟ ୪୮୦ଟି ଡାକ୍ତରୀ ପଦବୀ ସୃଷ୍ଟିକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି । ୨୦୧୯ ଅଗଷ୍ଟ ମାସରେ ରାଜ୍ୟ ସରକାର ଅନୁରୂପ ଭାବେ ୨ହଜାର ଏଲଟିଆରଏମଓ ପଦବୀ ସୃଷ୍ଟି କରିଥିଲେ ।