ଓସ୍ତପାଳ ଗାଁରେ ଦନ୍ତା ହାତୀର ମୃତ୍ୟୁ

ଓସ୍ତପାଳ ଗାଁରେ ଦନ୍ତା ହାତୀର ମୃତ୍ୟୁ

ଢେଙ୍କାନାଳ : ପୁଣି ହାତୀ ମୃତ୍ୟୁ। ଢେଙ୍କାନାଳ ସଦର ରେଞ୍ଜ ଓସ୍ତପାଳ ଗାଁରେ ଦନ୍ତା ହାତୀର ମୃତ୍ୟୁ ଘଟିଛି । ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ଗାଁ ମୁଣ୍ଡରେ ପଡିରହିଛି ଦନ୍ତାର ମୃତଦେହ । ବିଷ ପ୍ରୟୋଗରେ ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଇଛି।
ତେବେ ମୃତ ହାତୀର ବୟସ ପ୍ରାୟ ୧୪ବର୍ଷ ହେବ । ହାତୀର ଶୁଣ୍ଢରୁ ରକ୍ତ ବାହାରୁଥିବା ବେଳେ ପେଟ ଫୁଲି ଥିବା ଦେଖିବାକୁ ମିଳୁଛି। ଫଳରେ ବିଷ ଯୋଗୁଁ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ଖବର ପାଇ ସଦର ବନାଞ୍ଚଳ କର୍ମଚାରୀ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଏହି ଅଞ୍ଚଳରେ ବଣୁଆ ହାତୀମାନେ ରହି ଉପଦ୍ରବ କରୁଥିବା ଜଣାପଡିଛି।ଏପରିକି ଏହି ଦନ୍ତା ହାତୀଟି ମଧ୍ୟ ଗତ ୧୫ଦିନ ହେଲା ଉପଦ୍ରବ କରୁଥିବା ବେଳେ ଲୋକଙ୍କୁ ମାରିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ମୃତଦେହକୁ ବ୍ୟବଛେଦ କରିବା ପରେ ହାତୀ ମୃତ୍ୟୁର ସଠିକ କାରଣ ଜଣାପଡିବ ବୋଲି ପ୍ରକାଶ କରିଛନ୍ତି ସଦର ରେଞ୍ଜ ଅଫିସର।