ଓଲଟିଲା ପିଆଜ ଟ୍ରକ, ବୋହିନେଲେ ସ୍ଥାନୀୟ ଲୋକେ

ଓଲଟିଲା ପିଆଜ ଟ୍ରକ, ବୋହିନେଲେ ସ୍ଥାନୀୟ ଲୋକେ

ଓଲଟିଲା ପିଆଜ ଟ୍ରକ, ବୋହିନେଲେ ସ୍ଥାନୀୟ ଲୋକେ
ଭୁବନେଶ୍ୱର - ବିପଦ ବେଳେ ସମ୍ପଦ ଖୋଜିବା କିଛି ଲୋକଙ୍କ ଅଭ୍ୟାସ । ସାହାଯ୍ୟ ବଦଳରେ ଲୁଟ କରିବା ବି ସେମାନଙ୍କ ମାନସିକତା । ଏମିତି ଏକ ଘଟଣା ସମ୍ବଲପୁରର ବୁର୍ଲା ଅଂଚଳରେ ଦେଖିବାକୁ ମିଳିଛି । ବୁର୍ଲାର ପିସି ବି୍ରଜ ନିକଟରେ ଚାଳକଙ୍କ ଅସାବଧାନତା ଯୋଗୁଁ ଏକ ପିଆଜ ବୋଝେଇ ଟ୍ରକ ଓଲଟି ପଡ଼ିଥିଲା । ତେବେ ଟ୍ରକ ଓଲଟି ପଡ଼ିବା ମାତ୍ରେ କେତେକ ଅସାଧୁ ବ୍ୟକ୍ତି ସାଙ୍ଗେସାଙ୍ଗେ ସେଠାରେ ପହଁଚିଯାଇଥିଲେ । ଓଲଟି ପଡ଼ିଥିବା ଟ୍ରକରୁ ପିଆଜ ବସ୍ତା ଟେକି ନେବାରେ ବି ହେଳା କରିନଥିଲେ । ତେବେ ଖବର ପାଇ ପୁଲିସ ସାଙ୍ଗେସାଙ୍ଗେ ଘଟଣାସ୍ଥଳରେ ପହଁଚିଯାଇଥିଲା । ପିଆଜ ବୋହି ନେଉଥିବା ଲୋକଙ୍କୁ ଅଟକାଇଥିଲା । ଏମିତିକି କିଛି ଲୋକ ପିଆଜ ବସ୍ତା ଘରକୁ ନେଇ ଯାଇଥିବାବେଳେ ପୁଲିସ ସେମାନଙ୍କ ଘରକୁ ଯାଇ ପିଆଜ ଆଣିଥିବା ଜାଣିବାକୁ ମିଳିଛି ।