ଓଡିଶାରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ଟିକା

ଓଡିଶାରେ ପହଞ୍ଚିଲା ଦ୍ୱିତୀୟ ପର୍ଯ୍ୟାୟ ଟିକା

ଓଡିଶାରେ ପହଞ୍ଚିଲା ଦ୍ୱିତୀୟ  ପର୍ଯ୍ୟାୟ ଟିକା
ଭୁବନେଶ୍ୱର: ଦ୍ୱିତୀୟ ପର୍ଯ୍ୟାୟ ଟିକା ଓଡିଶାରେ ପହଞ୍ଚିଲା । ପୁନେ-ଭୁବନୋ୍ବର ସ୍ପାଇସଜେଟ୍ ବିମାନରେ ଟିକା ଆସି ପହଂଚିଲା । ବିମାନ ବନ୍ଦରରୁ ରାଜ୍ୟ ଭ୍ୟାକସିନ ସେଂଟରକୁ ଟିକା ପଠାଗଲା । କଡା ସୁରକ୍ଷା ମଧ୍ୟରେ ରାଜ୍ୟ ଟିକା ଭଣ୍ଡାରକୁ ସ୍ଥାନାନ୍ତର କରାଗଲା । ଆଜି ୩ ଲକ୍ଷ ୩୪ ହଜାର ୫୩୪ ଟିକା ଭୁବନେଶ୍ୱର ଆସିଛି । କୋଭିସିଲ୍ଡ ଟିକା ଆଜି ଆସିଛି । ଏହି ଟିକା ଗୁଡିକୁ ଠିକ୍ ଭାବେ ରଖାଗଲା । ଟିକା ଭଣ୍ଡାରରୁ ବିଭିନ୍ନ ଜିଲ୍ଲାକୁ ୩ ଦିନ ମଧ୍ୟରେ ପଠାଯିବାର ଲକ୍ଷ୍ୟ ରଖାଯାଇଛି । ଏହି ସମସ୍ତ ଟିକା ସ୍ୱାସ୍ଥ୍ୟସେବା ହିତାଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ। ତେବେ ଯେଉଁ ହିତାଧିକାରୀମାନେ ସ୍ୱେଚ୍ଛାକୃତ ଟିକାକରଣକୁ ପ୍ରତ୍ୟାଖ୍ୟାନ କରିବେ ସେମାନଙ୍କୁ ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ମାଗଣା କୋଭିଡ୍ ଟିକାକରଣର ସୁଯୋଗ ଦିଆଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ପ୍ରଥମ ଦିନରେ ୧୬୧ଟି ସେସନରେ ମୋଟ ୧୩,୯୮୦ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା। ଗତକାଲି ମୋଟ ୩୮୦ଟି ସେସନରେ ସନ୍ଧ୍ୟା ୬ଟା ସୁଦ୍ଧା ୩୦,୧୬୧ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଟିକା ପ୍ରଦାନ କରାଯାଇଛି । ଗତକାଲି ଗୋଟିଏ ସାମାନ୍ୟ ଧରଣର ପାର୍ଶ୍ୱ ପ୍ରତିକ୍ରିୟା ମାମଲା ରିପୋର୍ଟ ହୋଇଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଭଲ ଥିବା ଜଣାଯାଇଛି।