ଓଡିଆ ଅନର୍ସ ପିଲାଙ୍କ ପାଇଁ ବଡ ଖବର, ଜାଣନ୍ତୁ କ’ଣ

ଓଡିଆ ଅନର୍ସ ପିଲାଙ୍କ ପାଇଁ ବଡ ଖବର, ଜାଣନ୍ତୁ କ’ଣ

ଓଡିଆ ଅନର୍ସ ପିଲାଙ୍କ ପାଇଁ ବଡ ଖବର, ଜାଣନ୍ତୁ କ’ଣ

ଭୁବନେଶ୍ୱର: ମାତୃଭାଷା ପ୍ରତି ବଢ଼ିବ ଛାତ୍ରଛାତ୍ରୀଙ୍କ ଆଗ୍ରହ। ରାଜ୍ୟ ସରକାରଙ୍କ ଐତିହାସିକ ପଦକ୍ଷେପ। ଏଣିକି ଓଡ଼ିଆ ଅନର୍ସ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବନି ଫି’। ମାତୃଭାଷା ପ୍ରତି ମମତା ବଢାଇବାକୁ ରାଜ୍ୟସରକାରଙ୍କ ବଡ଼ ନିଷ୍ପତ୍ତି। ଏଣିକି ହଷ୍ଟେଲ ଫି’ ଛଡା ଓଡ଼ିଆ ଅନର୍ସ ଛାତ୍ରଛାତ୍ରୀଙ୍କୁ ଦେବାକୁ ପଡ଼ିବନି ଅନ୍ୟ କୌଣସି ଫି’। ଏନେଇ ସବୁ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚଶିକ୍ଷା ବିଭାଗ। କଲେଜ ଉନ୍ନୟନ ପାଣ୍ଠିରୁ ଅନ୍ୟ ସମସ୍ତ ଫି’ ଭରଣ କରାଯିବ। ସରକାରୀ ଡିଗ୍ରୀ ଓ ସ୍ବୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ଏନେଇ ଚିଠି ଲେଖାଯାଇଛି। କିଛି ଶିକ୍ଷାନୁଷ୍ଠାନ ପକ୍ଷରୁ ସମସ୍ତ ପ୍ରକାର ଫି’ ଛାଡ କରାଯାଇଛି। ସାର୍ଟିଫିକେଟ ଏବଂ ମାର୍କସିଟ୍ ପାଇଁ ଆବଶ୍ୟକ ହେଉଥିବା ଫି’ ମଧ୍ୟ ଛାଡ଼ କରାଯାଇଛି। ବିଦ୍ୟାର୍ଥୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପକୁ ସ୍ବାଗତ କରିଛନ୍ତି ଭାଷାବିତ୍।। ଏହାକୁ ଛାତ୍ରଛାତ୍ରୀ, ଅଧ୍ୟାପକଙ୍କ ସହ ଭାଷାବିତ୍ ସ୍ବାଗତ କରିଛନ୍ତି।