ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ : ରାଜ୍ୟରୁ ୨୧୮ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ : ରାଜ୍ୟରୁ ୨୧୮ ଆକ୍ରାନ୍ତ ଚିହ୍ନଟ

ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ : ରାଜ୍ୟରୁ ୨୧୮  ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର: ଓଡ଼ିଶାରେ କରୋନା ଗ୍ରାଫ ଧୀରେ ଧୀରେ ଉପରମୁହାଁ ହେଉଛି । ଦିନକୁ ଦିନ କରୋନା ଲମ୍ବଡିଆଁ ମାରୁଛି । ଗତ କିଛି ଦିନ ହେଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସ୍କୁଲ ଓ କଲେଜରେ କରୋନା ସଂକ୍ରମିତ ଚିହ୍ନଟ ଖବର ସାମନାକୁ ଆସୁଛି । ତେବେ ଏହାରି ଭିତରେ ରାଜ୍ୟରେ ପୁଣି ୨୧୮ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୨୯ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ ୮୯ ବୋଲି ଜଣାଯାଇଛି । ବରଗଡ଼ ଜିଲ୍ଲାରୁ ସର୍ବାଧିକ ୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାଛଡ଼ା ନୂଆପଡ଼ାରୁ ୨୯, ସୁନ୍ଦରଗଡ଼ରୁ ୨୬ ଓ ଖୋର୍ଦ୍ଧାରୁ ୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକରୁ ୧୬, କଳାହାଣ୍ଡିରୁ ୧୩ ଓ ଅନୁଗୁଳରୁ ୧୨ ଜଣ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୪୦ ହଜାର ୬୨୦କୁ ବୃଦ୍ଧି ପାଇଛି । ତନ୍ମଧ୍ୟରୁ ଆକ୍ଟିଭ କେସ ୧୮୩୭ ଥିବାବେଳେ ୩ ଲକ୍ଷ ୩୬ ହଜାର ୮୦୯ଜଣ ସୁସ୍ଥ ହୋଇଥିବା ଜଣାଯାଇଛି ।