ଓଜନ କମାଏ ରସୁଣ

ଓଜନ କମାଏ ରସୁଣ

ଓଜନ କମାଏ ରସୁଣ
ଓଜନ ବଢ଼ିବା ସମସ୍ୟାରେ ଆଜିକାଲି ଅନେକ ପୀଡିତ । ସାବଧାନତା ସତ୍ୱେ କମ୍ ଦିନ ମଧ୍ୟରେ ଓଜନ ନିୟନ୍ତ୍ରଣକୁ ଆଣିବା ସହଜ ହେଉନାହିଁ । ତେବେ କ୍ରମାଗତ ସନ୍ତୁଳିତ ଆହାର ଓ କିଛି ଶାରୀରିକ ବ୍ୟାୟମ ଦ୍ୱାରା ତାହା ସମ୍ଭବ ହୋଇପାରୁଛି । ଏ କ୍ଷେତ୍ରରେ ରସୁଣ ଏକ ଉତମ ବିକଳ୍ପ । ରୋଗ ପ୍ରତିଷେଧକ ବୃଦ୍ଧିକାରୀ ଉପାଦନାରେ ରସୁଣ ଭରପୁର । ଏହା ରକ୍ତ ବାହୀ ନଳିକୁ ପରିଷ୍କାର ରଖେ ଓ ହୃଦରୋଗ ଦୂର କରାଏ । ଜର୍ନାଲ ଅଫ ନ୍ୟୁଟ୍ରସନ ପତ୍ରିକାରେ ପ୍ରକାଶିତ ଏକ ତଥ୍ୟ ଅନୁସାରେ ରସୁଣରେ ଏକ ସ୍ୱତନ୍ତ୍ର ଏନଜାଇମ ଅଛି । ଯାହା ଶରୀରରୁ ଅନାବଶ୍ୟକ ପଦାର୍ଥ ବାହାର କରିଦେବ ସହ ମେଦ ଖସାଇ ଦିଏ । -ପ୍ରତିଦିନ ସକାଳେ ଖାଲି ପେଟରେ ଦୁଇ ତିନି ପାଖୁଡା ରସୁଣ ଛଡାଇ ଦଶ ମିନିଟ ପରେ ଚୋବାଇ ଖାଆନ୍ତୁ ଓ ଏକ ଗ୍ଲାସ ପାଣି ପିଅନ୍ତୁ । -ଗୋଟିଏ ପାଖୁଡା ରସୁଣକୁ ଭଲ ଭାବେ ବାଟି ଦିଅନ୍ତୁ ଏବଂ ଉଷୁମ ପାଣିରେ ଲେମ୍ବୁ ରସ ସହିତ ଫେଂଟି ପିଅନ୍ତୁ, ଓଜନ କମିଯିବ । -ଦୁଇ ତିନିଟା ରସୁଣ ବାଟି ଏକ ଚାମଚ ମହୁରେ ଫେଂଟି ଖାଲି ଫେଟରେ ପିଅନ୍ତୁ । ଏହା ଦ୍ୱାରା କିଛି ଦିନ ମଧ୍ୟରେ ଓଜନ କମିଯିବ ।