ଅନେକ ରୋଗର ମହୋଷଧୀ କଞ୍ଚା ରସୁଣ

ଅନେକ ରୋଗର ମହୋଷଧୀ କଞ୍ଚା ରସୁଣ

ଅନେକ ରୋଗର ମହୋଷଧୀ କଞ୍ଚା ରସୁଣ
ରସୁଣ କେବଳ ରୋଷେଇରେ ବ୍ୟବହାର ହୁଏ ତାହା ନୁହେଁ । ଏଥିରେ ଔଷଧୀୟଗୁଣ ଭରପୁର ରହିଛି । ରସୁଣ ଥଣ୍ଡା କାଶ ଠାରୁ ଆରମ୍ଭ କରି ବିଭିନ୍ନ ସାଧାରଣ ରୋଗ ଭଲ କରିଥାଏ । ସାଧାରଣତଃ କଞ୍ଚା ରସୁଣ ଖାଇବାକୁ ସବୁ ଲୋକ ପସନ୍ଦ କରନ୍ତି ନାହିଁ। କିନ୍ତୁ ଶରୀରକୁ ସୁସ୍ଥ ରଖିବାରେ ଏହି ଖାଦ୍ୟ ର ଭୂମିକା ଖୁବ୍‌ ଗୁରୁତ୍ତ୍ୱପୂର୍ଣ୍ଣ । ପାଣିପାଗ ହିସାବରେ ଆପଣଙ୍କୁ ରସୁଣର ମାତ୍ରା ବଦଳାଇବା ଉଚିତ୍ । ତେବେ କେଉଁ ପ୍ରକାର ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ କଞ୍ଚା ରସୁଣ ର ଆବଶ୍ୟକତା ରହିଛି ଆସନ୍ତୁ ଜାଣିବା .. ଶ୍ୱାସ ସମସ୍ୟା ଥିଲେ ପ୍ରତିଦିନ ତିନିରୁ ଚାରି କୋଲା ରସୁଣ ଖାଲି ପେଟରେ ଚୋବାଇ ଖାଆନ୍ତୁ ଏବଂ କ୍ଷୀରରେ ରସୁଣ ସିଝାଇ ଦିନକୁ ଦୁଇରୁ ଦୁଇଥର ପିଅନ୍ତୁ । ଦେଖିବେ ଶ୍ୱାସ ସମସ୍ୟାରୁ ମୁକ୍ତି ମିଳିବ । ରସୁଣର ରସ ଶରୀରରେ ଥିବା ବିଷାକ୍ତ ପଦାର୍ଥକୁ ବହାର କରିଥାଏ । ସୁଗାରରେ ହୋଇଥିଲେ ପ୍ରତିଦିନ ଏକ କୋଲା ରସୁଣ ଖାଇବା ଆବଶ୍ୟକ । ଯେଉଁମାନେ ହୃଦରୋଗରେ ପୀଡ଼ିତ ସେମାନେ ରସୁଣ ଖାଇବା ଦ୍ୱାରା ଅନେକ ଉପଷମ ମିଳିଥାଏ । ଏହା କଲେଷ୍ଟୋରେଲ ସ୍ତରକୁ କମ କରିବା ହାର୍ଟକୁ ସୁସ୍ଥ ରଖିଥାଏ । ରସୁଣ ମନୁଷ୍ୟ ଶରୀରର ରୋଗ ପ୍ରତିରୋଦଧକ ଶକ୍ତିକୁ ବଢ଼ାଇଥାଏ । ରସୁଣ କୋଳକୁ ପାଣିରେ ଫୁଟାନ୍ତୁ । ସେହି ରସୁଣା ଫୁଟା ପାଣିରେ ଚିନି ମିଶାଇ ସପ୍ତାହକୁ ଦୁଇ ଥର ପିଅନ୍ତୁ । ଯଦି ଆପଣଙ୍କ କାନରେ କଷ୍ଟ ଅନୁଭବ ହେଉଛି, ରସୁଣ ଓ ତେଲକୁ ଉଷୁମ ଗରମ କରି କାନରେ ପକାନ୍ତୁ । ଥଣ୍ଡା ରୋଗୀଙ୍କ ପାଇଁ ରସୁଣ ଅତିଉପକାରୀ । ରସୁଣ କଫ, ଟିଭି ଭଳି ରୋଗକୁ ମୁକ୍ତି ଦିଏ । ନିଜର ପାଚନତନ୍ତ୍ରକୁ ସକ୍ରିୟ କରିବା ପାଇଁ ପ୍ରତିଦିନ ଗୋଟିଏ କୋଲା ରସୁଣକୁ ଖାଆନ୍ତୁ ।