ଐତିହାସିକ ବାଲିଯାତ୍ରା ପାଇଁ ତତ୍ପର ହୋଇପଡିଛି ପ୍ରଶାସନ
ଚଳିତ ବର୍ଷ ଐତିହାସିକ ବାଲିଯାତ୍ରା 15 ତାରିଖ ରୁ ବାଲିଯାତ୍ରା ଆରମ୍ଭ ହେବାକୁ ଥିବା ବେଳେ ବରିଷ୍ଠ ଅଧିକାରୀମାନଙ୍କ ସହ ଆଲୋଚନା ପୂର୍ବକ ସମସ୍ତ କାର୍ଯ୍ଯ ୧୩ତାରିଖ ସୁଦ୍ଧା ଶେଷ କରାଯିବା ନେ଼ଇ ସେ ଗୁରୁତ୍ଵାରୋପ କରିଛନ୍ତି କଟକ ଜିଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ । ପ୍ରଶାସନ ପକ୍ଷରୁ ବାଲିଯାତ୍ରା କଟକ ବାସୀଙ୍କର ଭାବାବେଗ ସହ ପାରମ୍ପାରିକ ସ୍ୱାଭିମାନ ବଜାୟ ରଖିବା ନିମନ୍ତେ ପ୍ରଶାସନିକ ସ୍ତରରେ ସମସ୍ତ ନିୟମ ଅନୁପାଳନ କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିଷ୍ପତି ନିଆଯାଇଛି । ବିଶେଷକରି ଟ୍ରାଫିକ କଟକଣା ସହ ଭିଡ ନିୟନ୍ତ୍ରଣ ନିମନ୍ତେ ପଦକ୍ଷେପ ସ୍ୱରୂପ ଉପର ଓ ତଳ ବାଲିଯାତ୍ରା ପଡିଆ ମଧ୍ୟରେ ସଂଯୋଗ ନିମନ୍ତେ ଆଉ ଦୁଇଟି ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବ । ଏଥିପାଇଁ ସମ୍ପୃକ୍ତ ଅଧିକାରୀ ଓ ଯନ୍ତ୍ରୀ ସହ ଆଲୋଚନା ପରେ ଦୁଇଟି ଜାଗା ଚିହ୍ନଟ କରି ପୂର୍ତ୍ତ ବିଭାଗକୁ ରାସ୍ତା ନିର୍ମାଣ ନିମନ୍ତେ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲାପାଳ। ଏଥି ସହ ଆବଶ୍ୟକ ଜରୁରୀ ସେବା ଓ ରୋଗୀସେବା ନିମନ୍ତେ ଆମ୍ବୁଲାନ୍ସ ବ୍ୟବହାର ପାଇଁ ସବୁଜ କରିଡ଼ର ପାର୍ଶ୍ଵ ଦେଇ ଏକ ଅସ୍ଥାୟୀ ରାସ୍ତା ନିର୍ମାଣ କରାଯିବା ନେଇ ମଧ୍ୟ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉ ସାହେବ ସିନ୍ଧେ କହିଛନ୍ତି।
ଅନ୍ୟପଟେ ଏହି ବାଲିଯାତ୍ରା ରେ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡୀ କରାଯାଇଅଛି। 6 ଟି ଅସ୍ଥାୟୀ ଫାୟାର ଷ୍ଟେସନ , ସହ ଉଭୟ ତଳ ଓ ଉପର ବାଲିଯାତ୍ରା ପଡିଆ ରେ ଅଗ୍ନିଶମ ଟିମ 24 ଘଣ୍ଟିଆ ଡ୍ୟୁଟି ରେ ମୁତୟନ ରରହିବେ ବୋଲି କହିଛନ୍ତି ଆସିଷ୍ଟାଣ୍ଟ ଫାୟାର ଅଫିସର ସଂଜୀବ କୁମାର ବେହେରା ।