ଏହି ଦିନଠୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେ ଭକ୍ତ
ଏହି ଦିନଠୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିପାରିବେ ଭକ୍ତ
ଭୁବନେଶ୍ୱର : ବୁଧବାରଠାରୁ ଶ୍ରଦ୍ଧାଳୁ ବାବା ଧବଳେଶ୍ଵରଙ୍କୁ ଦର୍ଶନ କରିପାରିବେ। ଅସ୍ଥାୟୀ ରାସ୍ତାରେ ଧବଳେଶ୍ଵର ପୀଠକୁ ଯାଇ ଭକ୍ତମାନେ ଦର୍ଶନ କରିପାରିବେ ବୋଲି ଜଣାପଡ଼ିଛି। ଏନେଇ ଆଠଗଡ଼ ଉପଜିଲ୍ଲାପାଳ ହେମନ୍ତ ସ୍ଵାଇଁଙ୍କ ଜଣାଇଛନ୍ତି।
ସୂଚନାଥାଉକି, ଆଠଗଡର ଧବଳେଶ୍ୱର ପୀଠରେ ଜାରି ହୋଇଛି ୧୪୪ ଧାରା ଲାଗୁ ହୋଇଥିଲା। ଏହାକୁ ଦୃଷ୍ଟିରେ ରଖି ୨୦୨୨ରେ ଧବଳେଶ୍ୱର ଯାତ୍ରା ବନ୍ଦ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା। ଧବଳେଶ୍ୱରଙ୍କ ମନ୍ଦିରକୁ ଯିବା ପାଇଁ ଥିବା ଝୁଲାପୋଲ ମରାମତି ପାଇଁ ଶ୍ରଦ୍ଧାଳୁଙ୍କୁ ଯିବାପାଇଁ କଟକଣା ଲଗାଯାଇଥିଲା। ଡଙ୍ଗା ଶ୍ରଦ୍ଧାଳୁଙ୍କୁ ନଦୀ ପାର୍ କରାଇବା ସମ୍ଭବ ନଥିବାରୁ ଏହି କଟକଣା ଜାରି ହୋଇଥିଲା। ଗୁଜରାଟ ମୋର୍ବିରେ ଝୁଲାପୋଲ ଦୁର୍ଘଟଣା ପରେ ସ୍ଥାନୀଯ ପ୍ରଶାସନ ଏଥିପାଇଁ ତପ୍ତର ହୋଇଥିଲା। ତେବେ ବିଶେଷଜ୍ଞ ଟିମ୍ ଅନୁଧ୍ୟାନ ପରେ ଝୁଲାପୋଲ ମରାମତି ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲେ।