ଏହି କାରଣ ପାଇଁ ୧୩ଟି ଦେଶରେ ବନ୍ଦ ହେଲା ସ୍କୁଲ ।

ଏହି କାରଣ ପାଇଁ ୧୩ଟି ଦେଶରେ ବନ୍ଦ ହେଲା ସ୍କୁଲ ।

ଏହି କାରଣ ପାଇଁ ୧୩ଟି ଦେଶରେ ବନ୍ଦ ହେଲା ସ୍କୁଲ ।
ନୂଆଦିଲ୍ଲୀ: କରୋନା ଭାଇରସର ମୁକାବିଲା ପାଇଁ ସବୁ ଦେଶରେ ବ୍ୟାପକ ପଦକ୍ଷେପମାନ ଗ୍ରହଣ ହେଉଛି । ଭାଇରସ ଏବେ ପ୍ରାୟ ୮୫ ଟି ରାଷ୍ଟ୍ରକୁ ବ୍ୟାପି ସାରିଛି । ତେବେ ପ୍ରାୟ ୧୩ ଟି ଦେଶରେ ଏବେ ଭାଇରସକୁ ନେଇ ଅଧିକ ଭୟ ସୃଷ୍ଟି ହୋଇଥିବାରୁ ଏଲହି ୧୩ଟି ଦେଶରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ସ୍କୁଲ ବନ୍ଦ ହୋଇଛି । ଏଥିଯୋଗୁଁ ପ୍ରାୟ ୨୯ କୋଟି ୫୦ ଲକ୍ଷ ଛାତ୍ରଛାତ୍ରୀ ସ୍କୁଲ ଯାଇ ପାରୁନାହାନ୍ତି । ଏହା ଦ୍ୱାରା ସେମାନଙ୍କ ପାଠପଢ଼ାରେ ବାଧା ସୃଷ୍ଟି ହୋଇଛି । ଅନ୍ୟ ପକ୍ଷେ ଅନ୍ୟ ୯ଟି ଦେଶରେ କିଛି ସ୍ଥାନୀୟ ଅଞ୍ଚଳରେ ସ୍କୁଲ ବନ୍ଦ ରହିଛି । ୟୁନେସ୍କୋ ମୁଖ୍ୟ ଅଡି୍ର ଅଜୋଲେ କହିଛନ୍ତି, ସଙ୍କଟ ସମୟରେ ସ୍କୁଲ ବନ୍ଦ ରହିବା କିଛି ନୂଆ କଥା ନୁହେଁ । କିନ୍ତୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଯେଉଁ ସ୍ଥିତି ସୃଷ୍ଟି ହୋଇଛି ଏହା ଦ୍ୱାରା ଶିକ୍ଷାକ୍ଷେତ୍ରରେ ଅସନ୍ତୁଳନ ସୃଷ୍ଟି ହେଉଛି । ଏହି ସ୍ଥିତି ଯଦି ବେଶୀଦିନ ଲାଗି ରହେ ତେବେ ଏହା ଶିକ୍ଷା ଅଧିକାର ପ୍ରତି ବିପଦ ଭାବେ ଠିଆ ହେବ । ଇତି ମଧ୍ୟରେ ଇଟାଲି ଏହାର ସମସ୍ତ ସ୍କୁଲ ଏବଂ କଲେଜକୁ ମାର୍ଚ୍ଚ ୧୫ ଯାଏଁ ବନ୍ଦ ରଖିଛି । ୟୁଏଇରେ ବି ସବୁ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ଜାପାନରେ ବି ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ ମାର୍ଚ୍ଚରେ ସମସ୍ତ କ୍ଲାସ ବାତିଲ ପାଇଁ ଘୋଷଣା କରିଛନ୍ତି ।