ଏମ୍ସ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

ଏମ୍ସ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ

ଏମ୍ସ ପ୍ରତିଷ୍ଠା ଦାବିରେ ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ


ସୁନ୍ଦରଗଡ଼: ସୁନ୍ଦରଗଡ଼ଠାରେ ରାଜ୍ୟର ଦ୍ବିତୀୟ ‘ଏମ୍ସ’ ପ୍ରତିଷ୍ଠା ଦାବିରେ ସୁନ୍ଦରଗଡ଼ରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି। ସ୍ଥାନୀୟ ଡିଆରଡିଏ ଛକରେ ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ସଭାପତି ଦିନେଶ ପଟେଲଙ୍କ ସମେତ ୪ ସଦସ୍ୟ ରଞ୍ଜନ ମହାନନ୍ଦିଆ, ଶୁଭମ ମହାପାତ୍ର ଓ ସୁମିତ ଦାସ ଜାରି ରଖିଥିବା ଆମରଣ ଅନଶନକୁ ୪ ଦିନ ବିତିଛି। ଏହିକ୍ରମରେ ଆଜି ମଞ୍ଚ ପକ୍ଷରୁ ସୁନ୍ଦରଗଡ଼ ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ଦିଆଯାଇଥିବା ବନ୍ଦ ଡାକରା ଯୋଗୁଁ ସୁନ୍ଦରଗଡ଼ ସହର ସମେତ ଜିଲ୍ଲାରେ ଏହାର ପ୍ରଭାବ ପଡ଼ିଛି।

ମଞ୍ଚର ବନ୍ଦକୁ ସମସ୍ତ ରାଜନୈତିକ ଦଳ, ବିଭିନ୍ନ ସଂଗଠନ ସମେତ ସାଧାରଣ ଜନତା ସମର୍ଥନ କରିଥିବାରୁ ସହରରୁ ଗାଁ ଶୂନଶାନ୍ ରହିଛି। ବସ୍, ଟ୍ରକ ଓ ଅନ୍ୟ ଗାଡ଼ିମଟର ଚଳାଚଳ ବନ୍ଦ ରହିଥିବାବେଳେ ସମସ୍ତ ସରକାରୀ ଓ ବେସରକାରୀ କାର୍ୟ୍ୟାଳୟ, ସମସ୍ତ ଶିକ୍ଷାନୁଷ୍ଠାନ ସମେତ ବ୍ୟାଙ୍କ, ପେଟ୍ରୋଲ ପମ୍ପ ଓ ଦୋକାନ ବଜାରରେ ତାଲା ପଡ଼ିଛି। ରାଉରକେଲା- ସମ୍ବଲପୁର ବିଜୁ ଏକ୍ସପ୍ରେସ ୱେରେ ଶହଶହ  ଭାରୀଯାନ ଅଟକି ରହିଛି। ଆନ୍ଦୋଳନକାରୀ ବିଭିନ୍ନ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।
କଂଗ୍ରେସ, ବିଜେପି, ବିଜେଡି ସହ କୋଶଳ ସମାଜ, କୋଶଳ କ୍ରାନ୍ତି ଦଳ, ଜୟ ଜଗନ୍ନାଥ ଟ୍ରକର୍ସ ଆସୋସିଏସନ୍, ସୁନ୍ଦରଗଡ଼ ଟ୍ରକ ମାଲିକ ସଂଘ, ସଦର ମସଜିଦ, ଗୁରୁଦ୍ବାର କମିଟି ଆଦି ବିଭିନ୍ନ ସଂଗଠନ ବନ୍ଦରେ ସାମିଲ ହୋଇଛନ୍ତି।