ଏମିତି ଦେଶ ଯେଉଁଠି ମଶା ନାହାନ୍ତି

ଏମିତି ଦେଶ ଯେଉଁଠି ମଶା ନାହାନ୍ତି

ଏମିତି ଦେଶ ଯେଉଁଠି ମଶା ନାହାନ୍ତି

ସାରା ବିଶ୍ୱରେ ପ୍ରତି ବର୍ଷ ୧୦ ଲକ୍ଷରୁ ଅଧିକ  ଲୋକଙ୍କର ମୃତ୍ୟୁ  ମଶାକାବୁଡିବା ଯୋଗୁ ହେଉଥିବା ରୋଗ କାରଣରୁ ହୋଇଥାଏ । ସାରା ବିଶ୍ୱରେ ଥିବା ମଶାଙ୍କର ପ୍ରାୟ ୩ ହଜାର ପ୍ରଜାତିର  ଅନ୍ୟ କୌଣସି ପ୍ରାଣୀ ଅପେକ୍ଷା  ଅଧିକ ରୋଗ ପ୍ରସାରଣ କରିଥାନ୍ତି । ଆମ ଦେଶରେ ମ୍ୟାଲେରିଆ, ଡେଙ୍ଗୁ ଭଳି ମଶା ଦ୍ୱାରା ହେଉଥିବା  ଗୋଗ ପ୍ରତିବର୍ଷ ହଜାର ହଜାର ଲୋକମାନଙ୍କର ଜୀବନ ନେଉଛି । ତେବେ  ଜାଣିଆଶ୍ଚର୍ଯ୍ୟ ହେବେ  ଯେ ଉତ୍ତର ଆଟଲାଣ୍ଟିକ ମହାସାଗରରେ ଥିବା  ଆଇସଲ୍ୟାଣ୍ଡରେ ବିଲକୁଲ ମଶା ନାହାନ୍ତି । ରିପୋର୍ଟ ଅନୁସାରେ ,ଆଇସଲ୍ୟାଣ୍ଡର ପାଣିପାଗ ବାରମ୍ବାର ବଦଳୁଥାଏ  ।

ସେଥିଯୋଗୁ ମସାଗୁଡିକ ତାଙ୍କର ଜୀବନ କାଲ ପୂରା  କରିପାରନ୍ତି  ନାହିଁ । ଅନ୍ୟ କାରଣ ହେଲା ଆଇସଲ୍ୟାଣ୍ଡରେ ବହୁତ କମ୍ ତାପମାତ୍ରା ରହିଥାଏ । ଏପରିକି କାହା ବିଯୁକ୍ତ ୩୮ ଡିଗ୍ରୀ ସେଲସିୟସ ପାଏ ପହଞ୍ଚôଯାଏ । ପାଣି ବରଫ ପାଲଟିଯିବା ଫଳରେ ମଶାଙ୍କର ସ୍ୱାଭାବିକ ପ୍ରଜନନ ଅସମ୍ଭବ ହୋଇପଡେ । ଅନ୍ୟ ଏକ ରିପୋର୍ଟ ଅନୁସାରେ , ଆଇସଲ୍ୟାଣ୍ଡଡରେ ପାଣି ,ମାଟି ଓ ସ୍ୱାଭାବିକ  ପରିବେଶର ରସାୟନିକ ସଂରଚନା ମଶାଙ୍କୁ ବଞ୍ଚôରହିବା ପାଇଁ ଅନୁକୂଳ  ବାତାବରଣ ପ୍ରଦାନ କରେନାହିଁ । ତେଣୁ ସେଠାରେ ମଶାଙ୍କୁ ଦେଖିବାକୁ ମିଳେ ନାହିଁ ।