ଏପରି କରନ୍ତୁ, ସୁଖମୟ ହେବ ଦାମ୍ପତ୍ୟ ଜୀବନ

ଏପରି କରନ୍ତୁ, ସୁଖମୟ ହେବ ଦାମ୍ପତ୍ୟ ଜୀବନ

ଭୁବନେଶ୍ୱର: ବୈବାହିକ ଜୀବନ ଯେତେ ସୁଖମୟ ହେବ ପରିବାରରେ ସେତେ ସୁଖଶାନ୍ତି ବଢିବ। ସେଥିପାଇଁ ସମସ୍ତଙ୍କର ଇଚ୍ଛା ଥାଏ ସୁଖୀ ଦାମ୍ପତ୍ୟ ଜୀବନ। ବାସ୍ତୁଶାସ୍ତ୍ରରେ ବି ଏଥିପାଇଁ ରହିଛି କିଛି ଉପାୟ; ଯାହାକୁ ଆପଣାଇ ଖୁସିରେ ବୈବାହିକ ଜୀବନକୁ ଉପଭୋଗ କରିହେବ…

- ଲୁଣ ମିଶା ପାଣିରେ ଘର ପୋଛିଲେ ଘରୁ ନକାରାତ୍ମକ ଊର୍ଜ୍ଜା ଦୂର ହେବା ସଙ୍ଗେସଙ୍ଗେ ଦମ୍ପତିଙ୍କ ମଧ୍ୟରେ ଭଲ ପାଇବା ବଢିଥାଏ ବୋଲି ବିଶ୍ୱାସ କରାଯାଏ।
- ଘରେ ଲାଗିଥିବା ସମସ୍ତ କବାଟ ବିଶେଷକରି ମୁଖ୍ୟଦ୍ୱାରର କବାଟ ଯେମିତି ଭିତର ପଟକୁ ଖୋଲୁଥିବ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ। ଆଉ ଏହି କବାଟ ଖୋଲିବା ସମୟରେ ଯେପରି କିଛି ଶବ୍ଦ ହେଉ ନଥିବ ସେଥିପାଇଁ ବି ସତର୍କ ରହିବା ଦରକାର। କାରଣ ଏହିସବୁ କଥା ବି ବୈବାହିକ ଜୀବନ ଉପରେ ଅନେକ କୁପ୍ରଭାବ ପକାଇଥାଏ।
- ଦମ୍ପତିଙ୍କ ଶୋଇବା ଘରେ ଦର୍ପଣ ରହିବା ଠିକ୍‌ ନୁହେଁ। ଯଦି ଅଛି ତା’ହେଲେ ଦମ୍ପତି ଶୋଇବା ସମୟରେ ଏହା ଉପରେ ପରଦା ପକାଇଦେବା ଆବଶ୍ୟକ।
- ଦମ୍ପତିଙ୍କ ଶୟନ କକ୍ଷରେ ପୂଜା ଘର ରହିବା ମଧ୍ୟ ଆଦୌ ଠିକ୍‌ ନୁହେଁ। ଏପରିକି ଅନେକେ କୁହନ୍ତି, ଠାକୁରଙ୍କ ଫଟୋ ପରିବର୍ତ୍ତେ ଯଦି ଏହି କକ୍ଷରେ ଯୋଡା ହଂସ କିମ୍ବା ଯୋଡା ପ୍ରେମପକ୍ଷୀଙ୍କର ଫଟୋ ଲଗାଯାଏ, ତା’ହେଲେ ଦମ୍ପତିଙ୍କ ମଧ୍ୟରେ ପ୍ରେମ ବଢିଥାଏ ବୋଲି ବିଶ୍ୱାସ ରହିଛି।