ଏକା ସାଙ୍ଗରେ ଚାଲିଗଲା ୬ଜୀବନ

ଏକା ସାଙ୍ଗରେ ଚାଲିଗଲା ୬ଜୀବନ

ଏକା ସାଙ୍ଗରେ ଚାଲିଗଲା ୬ଜୀବନ

ଗାନ୍ଧୀନଗର: ମନ୍ଦିର ଯାଉଥିବା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା ଦ୍ରୁତଗାମୀ କାର୍ । ଦୁର୍ଘଟଣାରେ ୬ ଜଣ ଶ୍ରଦ୍ଧାଳୁ ମୃତ । ଆଜି ସକାଳେ ଗୁଜୁରାଟର ଅରାବଲୀ ଜିଲ୍ଲାରେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି । ସକାଳେ କିଛି ଶ୍ରଦ୍ଧାଳୁ ଅମ୍ବାଜୀ ମନ୍ଦିର ଦର୍ଶନ ପାଇଁ ଚାଲି ଚାଲି ଯାଉଥିବା ସମୟରେ ବାଟରେ ଏକ କାର୍ ସେମାନଙ୍କୁ ଧକ୍କା ଦେଇଛି। ଏଥିଲେ ୬ ଜଣ ପ୍ରାଣ ହରାଇ ଥିବାବେଳେ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସୂଚନା ମୁତାବକ, ଅରାବଲୀ ଜିଲ୍ଲାର ମାଲପୁର ଓ କ୍ରିଷ୍ଣାନଗର ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଆଜି ସକାଳେ ପାଖାପାଖି ୧୫ ଜଣ ଶ୍ରଦ୍ଧାଳୁ ଅମ୍ବାଜୀ ମନ୍ଦିର ଦର୍ଶନ ପାଇଁ ଚାଲି ଚାଲି ଯାଉଥିଲେ । ଏହି ସମୟରେ ଏକ ଦ୍ରୁତଗାମୀ ଇନଭୋ କାର୍ ସେମାନଙ୍କ ଉପରେ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣ ଶ୍ରଦ୍ଧାଳୁ ଆଖି ବୁଜି ଦେଇଛନ୍ତି । ସମସ୍ତ ମୃତାହତମାନେ ପାଖ ମାଲପୁର ଅଞ୍ଚଳର ହୋଇଥିବା ଜଣାପଡିଛି । ପୋଲିସ ଘଟଣସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଛି ।
ଏହି ସଡକ ଦୁର୍ଘଟଣାରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଟ୍ବିଟ୍ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହାସହିତ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ମୃତକଙ୍କ ପରିବାରଙ୍କୁ ୪ ଲକ୍ଷ ଟଙ୍କା ଏବଂ ଆହତଙ୍କ ପାଇଁ ୫୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଛନ୍ତି ।