ଏ ପ୍ରୋମିଜଡ ଲ୍ୟାଣ୍ଡ : ବିଜେପିକୁ ମଧ୍ୟ ଓବାମାଙ୍କ ସମାଲୋଚନା

ଏ ପ୍ରୋମିଜଡ ଲ୍ୟାଣ୍ଡ : ବିଜେପିକୁ ମଧ୍ୟ ଓବାମାଙ୍କ ସମାଲୋଚନା

ଏ ପ୍ରୋମିଜଡ ଲ୍ୟାଣ୍ଡ : ବିଜେପିକୁ ମଧ୍ୟ ଓବାମାଙ୍କ ସମାଲୋଚନା
ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ପୂର୍ବତନ ରାଷ୍ଟ୍ରପତି ବରାକ ଓବାମାଙ୍କ ଦ୍ୱାରା ଲିଖିତ ଓ ସଦ୍ୟ ପ୍ରକାଶିତ ପୁସ୍ତକ ଏ ପ୍ରୋମିଜଡ ଲ୍ୟାଣ୍ଡ’ ରେ ଯେତିକି ପୃଷ୍ଠା ଓଲଟା ଯାଉଛି ସେତିକି ବିଷୟ ଚର୍ଚ୍ଚାକୁ ଆସୁଛି । ଏଥିରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ସମ୍ପର୍କରେ ନକାରାତ୍ମକ ମନ୍ତବ୍ୟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଶାସକ ବିଜେପି ସମ୍ପର୍କରେ ଉଲ୍ଲଖିତ କିଛି କଥା ସାମ୍ନାକୁ ଆସିଛି । ବିଜେପି ଦେଶରେ ବିଭାଜନକାରୀ ଜାତୀୟତାବାଦର ପ୍ରଚାର ଚଳାଉଛି ବୋଲି ଓବାମା ଏଥିରେ ଉଲ୍ଲେଖ କରିଛନ୍ତି । ଭାରତ ଭଳି ଗଣତାନ୍ତ୍ରିକ ରାଷ୍ଟ୍ରରେ ହିଂସା, ଜାତିବାଦ, ଧାର୍ମିକ ଅସହିଷ୍ଣୁତା, ଦୁର୍ନୀତି ଓ ଉଗ୍ର ଜାତୀୟତାବାଦ ଜମି ରହିଛି । ଏହା ଖୁବ ବଳିଷ୍ଠ ବୋଲି ଓବାମା ଲେଖିଛନ୍ତି । ବିଜେପିକୁ ସେ ହିନ୍ଦୁ ଜାତୀୟତାବାଦୀ ଦଳ ଭାବେ ବର୍ଣ୍ଣନା କରିଛନ୍ତି । ମନମୋହନ ସିଂହଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ବିଜେପି ଦେଶର ମୁସଲମାନ ବିରୋଧୀ ଆଭିମୁଖ୍ୟକୁ ଜୋରଦାର କରିଥିଲା । ଏ ନେଇ ମନମୋହନ ଶଙ୍କାଗ୍ରସ୍ତ ଥିଲେ । ଏହା ଦ୍ୱାରା ଦେଶର ସାମାଜିକ ସ୍ଥିତି ବିଷାକ୍ତ ହେଉଥିବା ଓ ନେତାମାନେ ଏଥିରୁ ଫାଇଦା ଉଠାଉଥିବା ନେଇ ମନମୋହନ ଚିନ୍ତିତ ଥିଲେ ବୋଲି ଓବାମା ଲେଖିଛନ୍ତି । ଏମିତିକି ମନମୋହନ ତାଙ୍କ ନିକଟରେ କେବଳ ଭାରତ ନୁହେଁ; ଅନ୍ୟ କେତେକ ଅଞ୍ଚଳରେ ଏହା ବ୍ୟାପୁଥିବା ସମ୍ପର୍କରେ ପ୍ରକାଶ କରିଥିବା ଓବାମା ଲେଖିଛନ୍ତି । କୌଣସି ରାଜନୈତିକ ସ୍ଥିତି ନଥିବା ଜଣେ ଶିଖ ତଥା ବିଜ୍ଞ ଅର୍ଥନୀତିଜ୍ଞ ଓ ଦୂରଦ୍ରଷ୍ଟାଙ୍କୁ ରାହୁଲ ଗାନ୍ଧିଙ୍କ ସ୍ଥାନରେ ପ୍ରଧାନମନ୍ତ୍ରୀ ଭାବେ ଅଧିଷ୍ଠିତ କରାଇ ସୋନିଆ ଗାନ୍ଧି ଭାରତର ବିକାଶ ପାଇଁ ବଡ଼ ଭୂମିକା ନିର୍ବାହ କରିଥିବା ଓବାମା ତାଙ୍କ ପୁସ୍ତକରେ ବର୍ଣ୍ଣନା କରିଛନ୍ତି ।