ଋାମଙ୍କ ନାଁରେ ଭୋଟ ବ୍ୟାଙ୍କ ରାଜନୀତି କରୁଛି ବିଜେପି : ଶିବସେନା

ଋାମଙ୍କ ନାଁରେ ଭୋଟ ବ୍ୟାଙ୍କ ରାଜନୀତି କରୁଛି ବିଜେପି : ଶିବସେନା

ଋାମଙ୍କ ନାଁରେ ଭୋଟ ବ୍ୟାଙ୍କ ରାଜନୀତି କରୁଛି ବିଜେପି : ଶିବସେନା
ମୁମ୍ବାଇ : ମହାରାଷ୍ଟ୍ରରେ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ ଶିବସେନା । ବିଜେପି ପକ୍ଷରୁ ରାମଲୀଳା କରାଯିବା ନେଇ ଦାବି କରାଯାଇଥିବା ବେଳେ ଉଭୟ ଦଳ ମଧ୍ୟରେ ମୁହାଁମୁହିଁ ପରସ୍ଥିତି ସୃଷ୍ଟି ହୋଇଛି । ସାମାଜିକ ଦୂରତ୍ୱ ସହିତ ରାମଲୀଳା ଅନୁଷ୍ଠିତ କରାଇବା ପାଇଁ ବିଜେପି ପକ୍ଷରୁ ଦାବି କରାଯାଇଥିଲା । ଏହା ପରେ ବିଜେପିକୁ ସମାଲୋଚନା କରି ଶିବସେନା ପ୍ରତିକ୍ରିୟା ପ୍ରକାଶ କରିଛି । ବିଜେପି ସର୍ବଦା ରାମଙ୍କ ନାଁରେ ଭୋଟ ବ୍ୟାଙ୍କ ରାଜନୀତି କରୁଛି ବୋଲି ଶିବସେନା ପକ୍ଷରୁ କୁହାଯାଇଛି । ମହାରାଷ୍ଟ୍ର ବିଜେପି ସାଧାରଣ ସମ୍ପାଦକ ଅତୁଲ ଭଟଖାଲକର ମହା ବିକାଶ ଅଘାଡି ସମ୍ମୁଖରେ ଏହି ଦାବି ଉପସ୍ଥାପନ କରୁଛନ୍ତି । ସରକାର ବାର, ମଦ ଦୋକାନ, ସପିଂ ମଲ ସହିତ ବିଭିନ୍ନ ସଭା ସମିତିକୁ ଅନୁମତି ଦେଇଥିବା ବେଳେ ଶ୍ରୀରାମଙ୍କ ପ୍ରତି ଏଭଳି ଅନ୍ୟାୟୋଚିତ ପ୍ରଦର୍ଶନ କାହିଁକି ବୋଲି ଅତୁଲ କହିଛନ୍ତି ।