ଋଷିକୂଲ୍ୟା, ନାଗାବଳୀ, ବଂଶଧାରାରେ ଆସିପାରେ ବନ୍ୟା
ଋଷିକୂଲ୍ୟା, ନାଗାବଳୀ, ବଂଶଧାରାରେ ଆସିପାରେ ବନ୍ୟା
ଭୁବନେଶ୍ୱର: ବାତ୍ୟା ସିଧା ଓଡ଼ିଶାକୁ ମାଡ଼ ନ ହେଲେ ବି ବ୍ୟାପକ ପ୍ରଭାବ ପକାିବ । ଆନ୍ଧ୍ରରେ ମାଡ଼ ହେଲେ ବି ଦକ୍ଷିଣ ଓଡ଼ିଶାକୁ ପ୍ରବଳ ଭିଜାଇବ । ଲଗାଣ ବର୍ଷା ହେବ ଦକ୍ଷିଣ ଓଡ଼ିଶାର ୭ ଜିଲ୍ଲାରେ । ଏଥିପାଇଁ ରେଡ୍ ୱାଣ୍ଣିଂ ଜାରି ହୋଇଛି । ଆସନ୍ତାକାଲି ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । କେତେକ ଜାଗାରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ । ଏଥିପାଇଁ ନାଗାବଳୀ, ଋଷିକୂଲ୍ୟା ଓ ବଂଶଧାରା ଫୁଲିବା ସହ ବନ୍ୟା ଆସିପାରେ । ପାହାଡ଼ିଆ ଅଂଚଳରେ ଅଚାନକ ଫ୍ଲାସ୍ ଫ୍ଲଡ ହୋଇପାରେ ।
ଏସଆରସି ପ୍ରଦୀପ ଜେନା କହିଛନ୍ତି, ଏସବୁ ନଦୀରେ ଥିବା ଜଳଭଣ୍ଡାରର ଜଳସ୍ତରକୁ ଖସାଇ ଦିଆଯାଉଛି । ଯେଉଁଠି ୯୦% ପାଣି ଥିଲା, ସନ୍ଧ୍ୟା ସୁଦ୍ଧା ତାହାକୁ ୬୦%କୁ ହ୍ରାସ କରାଯିବ । ବାଲିମେଲା, କୋଲାବ ଓ ଇନ୍ଦ୍ରାବତୀରେ ସେଭଳି ସମସ୍ୟା ହୋଇନପାରେ । ବଂଶଧାରାର ଗୋଟା ବ୍ୟାରେଜକୁ ଖୋଲା ରଖି ପାଣି ନିଷ୍କାସନ କରାଯାଉଛି । ଲଗାଣ ବର୍ଷା ପୂର୍ବରୁ ଜଳସ୍ତର ଯେଭଳି ସମସ୍ୟା ନ କରି ସେଥିପାଇଁ ବ୍ୟବସ୍ଥା କରାଯାଇଛି ।




admin 