ଋତୁସ୍ରାବ ପୀଡ଼ାରୁ ମୁକ୍ତି ଦେବ ଏହି ଜୁସ
ଋତୁସ୍ରାବ ପୀଡ଼ାରୁ ମୁକ୍ତି ଦେବ ଏହି ଜୁସ
ଭୁବନେଶ୍ୱର: କଲରା ସ୍ୱାସ୍ଥ୍ୟ ପାଇଁ ବେଶ୍ ଲାଭକାରୀ ହୋଇଥାଏ। ଏଥିରେ ପ୍ରଚୁର ପରିମାଣର ଔଷଧୀୟ ଗୁଣ ରହିଛି, ଯାହା ଶରୀରର ଅନେକ ରୋଗକୁ ଦୂର କରିଥାଏ। କିନ୍ତୁ ବୋଧେ ଖୁବ୍ କମ୍ ଲୋକ ଜାଣିଥିବେ ଯେ କଲରା ଭଳି ତା’ ପତ୍ର ମଧ୍ୟ ବିଭିନ୍ନ ଔଷଧୀୟ ଗୁଣରେ ଭରପୂର। କଲରା ପତ୍ରରେ ଭିଟାମିନ୍ ସି ଓ ଆଣ୍ଟି ଅକ୍ସିଡେଣ୍ଟ ପ୍ରଚୁର ପରିମାଣରେ ରହିଛି, ଯାହା ଶରୀରର ଅନେକ ସମସ୍ୟାକୁ ଛୁମନ୍ତର କରିଦିଏ।
କଲରା ପତ୍ର ମହିଳାଙ୍କ ଋତୁସ୍ରାବ ଜନିତ ପୀଡ଼ାକୁ କମ୍ କରିବାରେ ବେଶ୍ ସାହାଯ୍ୟ କରିଥାଏ। ମାସିକ ଧର୍ମ ବେଳେ ହେଉଥିବା ପେଟ ପୀଡ଼ା ଖୁବ୍ ଯନ୍ତ୍ରଣାଦାୟକ ହୋଇଥାଏ। ଏହି ସମୟରେ ଝିଅମାନେ ଠିକ୍ ଭାବେ ଉଠା ବସା ବି କରିପାରନ୍ତି ନାହିଁ। ପିରିୟଡ୍ସ ବେଳେ ମୁଡ୍ ସ୍ୱିଂ, ଚିଡ଼ଚିଡ଼ାପଣ ଓ ବିରକ୍ତ ବି ଲାଗେ। ଏସବୁ ସମସ୍ୟାରୁ ମୁକ୍ତି ପାଇବାରେ ଆପଣଙ୍କୁ କଲରା ପତ୍ର ସାହାଯ୍ୟ କରିବ।
କଲରା ଓ କଲରା ପତ୍ରକୁ ବ୍ୟବହାର କରି ଆପଣ ଅସୁବିଧା ଦିନର ସମସ୍ୟାକୁ ଦୂରେଇ ପାରିବେ। ପିରିୟଡ୍ସ ପୀଡ଼ାକୁ କମ୍ କରିବା ପାଇଁ ୧୦-୧୫ଟି କଲରା ପତ୍ର ନେଇ ଗ୍ରାଇଣ୍ଡିଂ କରି ଏହାର ରସ ବାହାର କରିଦିଅନ୍ତୁ। ଏଥିର ଅଳ୍ପ ଗୋଲମରିଚ ଗୁଣ୍ଡ ପକାଇ ଗୋଳାଇ ଦିଅନ୍ତୁ। ଏହି ମିଶ୍ରଣରେ ଅଳ୍ପ ପାଣି ମିଶାଇ ପିଅନ୍ତୁ। ଏହାକୁ ପିଇବା ଦ୍ୱାରା ପିରିୟଡ୍ସ ପୀଡ଼ା କମିଯାଏ। ସୂଚନାଯୋଗ୍ୟ ଯେ କଲରା ଓ କଲରା ପତ୍ରକୁ ଡାଇବେଟିସ୍, ମୁଣ୍ଡ ବିନ୍ଧା ଓ ଇମ୍ୟୁନିଟି ବଢ଼ାଇବା ପାଇଁ ସେବନ କରିବାକୁ ଏକ୍ସପର୍ଟ ମତ ଦିଅନ୍ତି।




admin 