ଉଦ୍ଧବଙ୍କ ଅସୁସ୍ଥତାକୁ ନେଇ ଏପରି କହିଲେ ବିଜେପି ନେତା

ଉଦ୍ଧବଙ୍କ ଅସୁସ୍ଥତାକୁ ନେଇ ଏପରି କହିଲେ ବିଜେପି ନେତା

ଉଦ୍ଧବଙ୍କ ଅସୁସ୍ଥତାକୁ ନେଇ ଏପରି କହିଲେ ବିଜେପି ନେତା

ନୂଆଦିଲ୍ଲୀ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ୍ ଅସୁସ୍ଥତାକୁ ନେଇ ଏବେ ଭିନ୍ନ ଆକଳନ କରାଯାଉଛି।  ମହାରାଷ୍ଟ୍ର ବିଧାନସଭା ଅଧିବେଶନର ପ୍ରଥମ ଦିନରେ ଅନୁପସ୍ଥିତ ଥିବାରୁ ତାଙ୍କ ଅସୁସ୍ଥତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ମୁଖ୍ୟମନ୍ତ୍ରୀଙ୍କ ପୁଅ ଆଦିତ୍ୟ ଠାକରେ ଏସଂକ୍ରାନ୍ତରେ ଏକ ବିବୃତି ଜାରି କରିଥିଲେ ସୁଦ୍ଧା ଠାକରେ ଅସୁସ୍ଥତାକୁ ନେଇ ଚର୍ଚ୍ଚା ଥମିନାହିଁ । ଆଦିତ୍ୟ ଠାକରେ ସାମ୍ବାଦିକମାନଙ୍କୁ କହିଥିଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ ଅଛି । ମୁଁ ତାଙ୍କ ସହ ଫୋନରେ କଥା ହୋଇଛି । ଯେତେବେଳେ ସେ ଚାହିଁବେ ସେତେବେଳେ ସେ ଏଠାକୁ ଆସିପାରିବେ ବୋଲି ଆଦିତ୍ୟ ଠାକରେ କହିଛନ୍ତି । ଉଲ୍ଲେଖଯୋଗ୍ୟ ୬୧ ବର୍ଷୀୟ ଉଦ୍ଧବ ଠାକରେଙ୍କର ନିକଟରେ ସର୍ଜିକାଲ ସ୍ପାଇନ ସର୍ଜରି ହୋଇଥିଲା । ସେ ଭିଡିଓ କଲ ଦ୍ୱାରା ରାଜ୍ୟ କ୍ୟାବିନେଟର ଏକ ବୈଠକରେ ଯୋଗ ଦେଇଥିଲେ । ବିଜେପିର ମହାରାଷ୍ଟ୍ର ମୁଖ୍ୟ ଚନ୍ଦ୍ରକାନ୍ଦ ପାଟିଲ କହିଛନ୍ତି ଅଧିବେଶନ ଆରମ୍ଭର ପ୍ରଥମ ଦିନରେ ଠାକରେ ଅନୁପସ୍ଥିତ ରହିବା ଠିକ୍ ନୁହେଁ ।