ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନିତିଶ କୁମାର

ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ନିତିଶ କୁମାର

ଭୁବନେଶ୍ୱର : ବିହାର ରାଜନୀତିକୁ ନେଇ ଯେଉଁ ଚର୍ଚ୍ଚା ହେଉଥିଲା ଶେଷରେ ଏବେ ଏହା ଖୋଲାଖୋଲି ଭାବେ ସାମ୍ନାକୁ ଆସିଛି  । ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିଧିବଦ୍ଧ ଭାବରେ ଇସ୍ତଫା ଦେବା ସହ ସରକାର ଭାଙ୍ଗିଦେଇଛନ୍ତି ।  । ବିହାର ରାଜ୍ୟପାଳ ଫଗୁ ଚୌହାନଙ୍କୁ ଭେଟି ସେ ନିଜର ଇସ୍ତଫା ପତ୍ର ଦେଇଛନ୍ତି । ଇସ୍ତଫା ଦେବା ପରେ ସେ ତେଜସ୍ୱି ଯାଦବଙ୍କ ଘରକୁ ଯାଇଛନ୍ତି । 

ସୂଚନା ଅନୁସାରେ ବିଜେପି ଜେଡିୟୁ ମେଣ୍ଟ ଭାଙ୍ଗିବା ନେଇ ଆଜି ନିତିଶ ତାଙ୍କ ବାସଭବନରେ ଏକ ବୈଠକ ଡକାଇଥିଲେ । ବୈଠକ ଶେଷ ହେବା ପରେ ବିଜେପି-ଜେଡିୟୁ ମେଣ୍ଟ ଭାଙ୍ଗିବା ନେଇ ସେ ଘୋଷଣା କରିଥିଲେ । ବିଜେପିର ହାତ ଛାଡି ପୁଣି ଆରଜେଡିକୁ ନିତିଶ୍  ସାଥୀ କରିବେ ବୋଲି କୁହାଯାଉଛି   ।