ଇରାନରେ ଆତଙ୍କବାଦୀ ଆକ୍ରମଣ, ୧୫ ମୃତ
ଇରାନରେ ଆତଙ୍କବାଦୀ ଆକ୍ରମଣ, ୧୫ ମୃତ
ତେହରାନ: ଇରାନର ସିରାଜ ସହରରେ ଆତଙ୍କବାଦୀ ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ୧୦ ଜଣଙ୍କ ଅବସ୍ଥା ଗୁରୁତର ଅଛି। ୩ ବନ୍ଧୁକଧାରୀ ଏପରି ନାରକୀୟ କାଣ୍ଡ ଘଟାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପୁଲିସ୍ କାବୁ କରି ନେଇଥିବା ବେଳେ ତୃତୀୟ ଆତତାୟୀଜଣକ ଫେରାର ହୋଇଯାଇଛନ୍ତି।
ଇରାନର ଦକ୍ଷିଣରେ ଅବସ୍ଥିତ ସିରାଜ ସହରରେ ଥିବା ଶାହଚେରାଗ ମସଜିଦରେ ଗତକାଲି ସନ୍ଧ୍ୟା ସମୟରେ ବହୁ ସଂଖ୍ୟାରେ ମୁସଲିମ ସମ୍ପ୍ରଦାୟ ଲୋକେ ଏକତ୍ରିତ ହୋଇଥିଲେ। ଏହି ସମୟରେ ହଠାତ୍ ୩ ବନ୍ଧୁକଧାରୀ ଉକ୍ତ ଦରଘା ମଧ୍ୟରେ ପହଞ୍ଚିଲେ। ଏହାପରେ ସେମାନେ ଆଖି ବୁଜା ଗୁଳି ଚଳାଇବାରୁ ଲୋକେ ଭୟଭୀତ ହୋଇ ଚାରିଆଡ଼େ ଦୌଡ଼ିବାକୁ ଲାଗିଲା।
ଏହି ଗୁଳିକାଣ୍ଡ ସମୟରେ ୧୦ ସାଧାରଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ୍ ସଙ୍ଗେ ସଙ୍ଗେ ପହଞ୍ଚି ୨ ଜଣଙ୍କୁ କାବୁ କରିଥିବା ବେଳେ ଅନ୍ୟ ଜଣେ ଫେରାର ହେବାରେ ସକ୍ଷମ ହୋଇଛି। ଗୁରୁତରମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ଆତତାତୀୟମାନେ ସୁନୀ ଉଗ୍ରବାଦୀ ବୋଲି ଜଣାପଡ଼ିଛି। ଦେଶରେ ଏବେ ଅରାଜକତା ଓ ବିଦ୍ରୋହ ସୃଷ୍ଟ ହୋଇଥିବା ବେଳେ ଏହାର ଫାଇଦା ଉଠାଇ ସେମାନେ ଏପରି ନାରକୀୟ କାଣ୍ଡ ଘଟାଇଥିବା ଜଣାଯାଇଛି।
ଇରାନରେ ପ୍ରାୟ ଦେଢ ମାସ ହେବ ଅରାଜକତା ସୃଷ୍ଟି ହୋଇଛି। ହିଜାବକୁ ଠିକ୍ ଭାବେ ପିନ୍ଧି ନ ଥିବା କାରଣରୁ ଇରାନର ଧାର୍ମିକ ପୁଲିସ୍ ୨୨ ବର୍ଷୀୟା ଇରାନ ଯୁବତୀ ମହସା ଆମିନୀଙ୍କୁ ସେପ୍ଟେମ୍ବରରେ ଗିରଫ କରିଥିଲା। ଏହାପରେ ପୁଲିସ୍ ହେପାଜତରେ ଉକ୍ତ ମାସ ୧୬ ତାରିଖରେ ତାଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ଇରାନ ସରକାରକୁ ଦୋହଲାଇ ଦେଇଛି।




admin 