ଇନ୍ଦିରାଙ୍କୁ ଅଯୋଗ୍ୟ ଘୋଷଣା ଏକ ସାହସିକ ନିଷ୍ପତ୍ତି ଥିଲା: ପ୍ରଧାନ ବିଚାରପତି

ଇନ୍ଦିରାଙ୍କୁ ଅଯୋଗ୍ୟ ଘୋଷଣା ଏକ ସାହସିକ ନିଷ୍ପତ୍ତି ଥିଲା: ପ୍ରଧାନ ବିଚାରପତି

ଇନ୍ଦିରାଙ୍କୁ ଅଯୋଗ୍ୟ ଘୋଷଣା ଏକ ସାହସିକ ନିଷ୍ପତ୍ତି ଥିଲା: ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ଏକ ସାହସିକ ନିଷ୍ପତ୍ତି ଥିଲା। ଏପରି କହିଛନ୍ତି ଭାରତର ପ୍ରଧାନ ବିଚାରପତି ଏନଭି ରମଣା। ପ୍ରୟାଗରାଜରେ ଆୟୋଜିତ ଏକ କାର୍ୟ୍ୟକ୍ରମରେ ୧୯୭୫ ମସିହାରେ ଆଲ୍ଲାହବାଦ ହାଇକୋର୍ଟ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା ସଂକ୍ରାନ୍ତ ଦେଇଥିବା ରାୟକୁ ସ୍ମରଣ କରି ଏପରି କହିଛନ୍ତି। ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଏକ ସାହସିକ ପଦକ୍ଷେପ ଥିଲା ବୋଲି ମତଦେଇ ପ୍ରଧାନ ବିଚାରପତି କହିଛନ୍ତି ଯେ, ୧୯୭୫ରେ ଆଲ୍ଲାହବାଦ ହାଇକୋର୍ଟର ବିଚାରପତି ଜଗମୋହନଲାଲ ସିହ୍ନା ଏ ସଂକ୍ରାନ୍ତ ରାୟ ଘୋଷଣା କରିଥିଲେ ଯାହାକି ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଥିଲା । ଇନ୍ଦିରା ଗାନ୍ଧିଙ୍କୁ ଅଯୋଗ୍ୟ ଘୋଷଣା କରିବା ସଂକ୍ରାନ୍ତ ନିଷ୍ପତ୍ତି ଅତ୍ୟନ୍ତ ସାହସିକ ନିର୍ଣ୍ଣୟ ଥିଲା ଏବଂ ଏହାର ସିଧା ପରିଣାମ ସ୍ୱରୂପ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା ହୋଇଥିଲା  । ତେବେ ଏ ବାବଦରେ ଏବେ ବିସ୍ତାରିତ ଭାବେ କିଛି କହିବାକୁ ଚାହୁନାହିଁ ବୋଲି ପ୍ରଧାନ ବିଚାରପତି କହିଛନ୍ତି । ପ୍ରଧାନ ବିଚାରପତି ଆଲ୍ଲାହବାଦ ହାଇକୋର୍ଟର ନୂଆ ଭବନର ଶିଳନ୍ୟାସ ଉତ୍ସବରେ ଯୋଗଦେଇ ଏହି ମନ୍ତବ୍ୟ ରଖିଛନ୍ତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ନୂଆ ଭବନର ଶିଳାନ୍ୟାସ କରିଛନ୍ତି । ସୂଚନାଯୋଗ୍ୟ ଜୁନ ୧୨, ୧୯୭୫ରେ ଆଲ୍ଲାହବାଦ ହାଇକୋର୍ଟ ଇନ୍ଦିରା ଗାନ୍ଧିଙ୍କୁ ନିର୍ବାଚନୀ ଅନିୟମିତତା ମାମଲାରେ ୬ ବର୍ଷ ପାଇଁ ଅଯୋଗ୍ୟ ଘୋଷଣା କରିଥିଲେ ଏବଂ ଏହି ସମୟ ମଧ୍ୟରେ ସେ କୌଣସି ନିର୍ବାଚିତ ପଦ ପଦବିରେ ରହିପାରିବେ ନାହିଁ ବୋଲି ରାୟ ଦେଇଥିଲେ । ଏହାପରେ ଜୁନ ୨୫, ୧୯୭୫ରେ ଇନ୍ଦିରା ଜରୁରୀ ପରିସ୍ଥିତି ଲାଗୁ କରିଥିଲେ ।