ଆସିଲା ଅନଲକ୍ ୪.୦ : ଜାଣନ୍ତୁ କଣ ହେଲା କଟକଣାମୁକ୍ତ

ଆସିଲା ଅନଲକ୍ ୪.୦ : ଜାଣନ୍ତୁ କଣ ହେଲା କଟକଣାମୁକ୍ତ

ଆସିଲା ଅନଲକ୍ ୪.୦ : ଜାଣନ୍ତୁ କଣ ହେଲା କଟକଣାମୁକ୍ତ
ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନଲକ୍ ୪.୦ ଘୋଷଣା କରାଯାଇଥିବା ବେଳେ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲକ ୪.୦ ଘୋଷଣା କରାଯାଇଛି । ଏହି ନୂତନ ଅନଲକ୍ ନିୟମ ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ବଳବତ୍ତର ରହିବ ନୂତନ ନିୟମ ଅନୁଯାୟୀ କେବଳ କଣ୍ଟେନମେଣ୍ଟ ଜୋନରେ ଲକଡାଉନ କାର୍ଯ୍ୟକାରୀ ହେବ । ଅନ୍ୟ ସମସ୍ତ ଅଞ୍ଚଳ ଲକଡାଉନ ଏବଂ ସଟଡାଉନ କଟକଣାରୁ ମୁକ୍ତ ରହିବେ । ସ୍ଥାନୀୟ ଅଧିକାରୀ ମାନେ କେନ୍ଦ୍ର ସରକାରଙ୍କ ଗାଇଡ ଲାଇନ ଅନୁଯାୟୀ କଣ୍ଟେନମେଣ୍ଟ ଜୋନ୍ ନିର୍ଦ୍ଧାରଣ କରିବେ । କଣ୍ଟେନମେଣ୍ଟ ଜୋନରେ କେବଳ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ବିକ୍ରି କରାଯାଇପାରିବ । ବ୍ୟକ୍ତି ବିଶେଷଙ୍କ ଚଳାଚଳ ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ଧାର୍ମିକ ସ୍ଥଳ, ଅନ୍ତର୍ଜାତୀୟ ବିମାନ ଯାତ୍ରା ,ସିନେମା ଥିଏଟର, ସ୍ୱିମିଙ୍ଗ ପୁଲ, ଅଡିଟୋରିୟମ ପ୍ରଭୃତି ଆସନ୍ତା ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ ଓପନ ଏୟାର ଥିଏଟର ଗୁଡିକ ସେପ୍ଟେମ୍ବର ୨୧ରୁ ଖୋଲାଯିବ । ସମସ୍ତ ସାମାଜିକ, ଧାର୍ମିକ ଏବଂ ରାଜନୈତିକ ଏକତ୍ରୀକରଣ ଉପରେ ମଧ୍ୟ ରୋକ୍ ଲଗାଯାଇଛି । ସମସ୍ତ ସ୍କୁଲ କଲେଜ ଗୁଡିକୁ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ବନ୍ଦ ରଖାଯିବ । ସ୍କୁଲ ବନ୍ଦ ରଖାଯାଇଥିଲେ ମଧ୍ୟ ପରୀକ୍ଷା ଅନୁଷ୍ଠିତ ହୋଇ ପାରିବ । ଅନଲାଇନ କ୍ଲାସ୍ ହୋଇପାରିବ । କରୋନା କଟକଣାକୁ ମାନି ସମସ୍ତ ସରକାରୀ ଏବଂ ବେସରକାରୀ ଅଫିସରେ କାର୍ଯ୍ୟ କରାଯାଇପାରିବ । ମାସ୍କ ଏବଂ ସାମାଜିକ ଦୂରତ୍ୱକୁ ବାଧ୍ୟତାମୂଳକ କରାଯାଇଛି । ଦୋକାନ ବଜାର ଖୋଲା ଯିବା ସହିତ ସେଠାରେ ମଧ୍ୟ ମାସ୍କ ଓ ସାମାଜିକ ଦୂରତ୍ୱ ବାଧ୍ୟତାମୂଳକ କରାଯାଇଛି । ସେଲୁନ୍, ସ୍ପା ଏବଂ ବ୍ୟୁଟି ପାର୍ଲର ଗୁଡିକ କରୋନା କଟକଣା ନିୟମର ପାଳନ କରି ଦୋକାନ ଖୋଲା ରଖି ପାରିବେ । ବିବାହରେ ସର୍ବାଧିକ ୫୦ ଏବଂ ଅନ୍ତ୍ୟୋଷ୍ଟି କ୍ରିୟାରେ ୨୦ ଜଣ ଲୋକ ଯୋଗ ଦେଇ ପାରିବେ । ସର୍ବସାଧାରଣ ସ୍ଥାନରେ ପାନ, ବିଡି ଏବଂ ଗୁଟଖା ସେବନ ଉପରେ ନିଷେଧାଦେଶ ଜାରି କରାଯାଇଛି । ଅନ୍ତଃରାଜ୍ୟ ବସ୍ ଚଳାଚଳକୁ କଟକଣା ମୁକ୍ତ କରାଯାଇଛି । ପୂର୍ବରୁ ଏ ନେଇ ଇ ପାସର ଆବଶ୍ୟକତା ରହିଥିବା ବେଳେ ବର୍ତ୍ତମାନର ନିୟମ ଅନୁଯାୟୀ ଇ ପାଶର ଆବଶ୍ୟକତା ପଡିବ ନାହିଁ । ସେହିପରି ଭାବରେ ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ ଶିଶୁଙ୍କୁ ବାହାରକୁ ବାହାରିବା ଉପରେ କଟକଣା ରହିଛି ।