ଆସନ୍ତା ୨୧ ତାରିଖ ଦିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା

ଆସନ୍ତା ୨୧ ତାରିଖ ଦିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା

ଆସନ୍ତା ୨୧ ତାରିଖ ଦିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା

ଭୁବନେଶ୍ୱର: ବର୍ତ୍ତମାନ ସମୟରେ ରାଜ୍ୟରେ ମୌସୁମୀ ସକ୍ରିୟ ହେବା ପରି ମନେ ହେଉଥିବାବେଳେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆସନ୍ତା ୨୧ ତାରିଖ ଦିନ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ସମ୍ଭାବନା ରହିଛି ।  ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଆଖପାଖ ଅଞ୍ଚଳରେ ଏହି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।  ଏହା ଦ୍ୱାରା ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ପ୍ରକାଶ ଯେ, ମୌସୁମୀ ପାଇଁ ଓଡ଼ିଶାରେ ଚଳିତ ବର୍ଷ ଭଲ ବର୍ଷାନେଇ କୁହାଯାଉଥିବାବେଳେ ବର୍ତ୍ତମାନ ସୁଦ୍ଧା ସେମିତି ବର୍ଷା ହୋଇନାହିଁ । ବର୍ଷା ଅଭାବରୁ ଅଧିକାଂଶ ଜିଲ୍ଲାରେ ଗଜାମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଛି ।