ଆସନ୍ତା ୧୧ ତାରିଖ ରବିବାର ଦିନ ହୀରାକୁଦ ଛାଡ଼ିବ ପ୍ରଥମ ବନ୍ୟାଜଳ

ଆସନ୍ତା ୧୧ ତାରିଖ ରବିବାର ଦିନ ହୀରାକୁଦ ଛାଡ଼ିବ ପ୍ରଥମ ବନ୍ୟାଜଳ

ଆସନ୍ତା ୧୧ ତାରିଖ ରବିବାର ଦିନ ହୀରାକୁଦ ଛାଡ଼ିବ ପ୍ରଥମ ବନ୍ୟାଜଳ

ସମ୍ବଲପୁର: ଆସନ୍ତା ୧୧ ତାରିଖ ରବିବାର ଦିନ ହୀରାକୁଦ ବନ୍ଧରୁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ମହାନଦୀରେ ଛଡ଼ାଯିବ । ଉକ୍ତ ଦିନ ୧୧ଟା ପରେ ଯେକୌଣସି ସମୟରେ ହୀରାକୁଦ ବନ୍ଧର ଗେଟ ଖୋଲାଯିବ । ଉପର ମୁଣ୍ଡରେ ଲଗାତାର ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଲଗାତାର ଭାବେ ବୃଦ୍ଧି ପାଉଥିବାରୁ ହୀରାକୁଦ ଗେଟ ଖୋଲିବାକୁ ନିଷ୍ପତ୍ତି ନିଆ ଯାଇଥିବା ହୀରାକୁଦ ହେଡ ୱାର୍କସ ଓ ଅତିରିକ୍ତ ସ୍ପିଲ ୱେ’ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ନିରାକାର ବିଶି ସୂଚନା ଜାରି କରିଛନ୍ତି । ଗେଟ ଖୋଲିବା ପୂର୍ବରୁ ନିୟମ ମୁତାବକ ହୀରାକୁଦ ବନ୍ଧ ପକ୍ଷରୁ ବଜା ଯାଉଥିବା ସାଇରନ୍ ବଜାଯିବ । ଏହି ସମୟରେ ମହାନଦୀ ତଳ ମୁଣ୍ଡରେ ନଦୀକୁ ପ୍ରବେଶ ବା ଅନ୍ୟାନ୍ୟ ବ୍ୟବହାର ପାଇଁ ଜନସାଧାରଣ ସତର୍କତା ଅବଲମ୍ବନ କରିବାକୁ ସେ ଅନୁରୋଧ କରିଛନ୍ତି । ହୀରାକୁଦ ବନ୍ଧ ନିୟନ୍ତ୍ରଣ କକ୍ଷ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ ଗୁରୁବାର ସନ୍ଧ୍ୟା ବେଳେ ହୀରାକୁଦର ଜଳସ୍ତର ୬୦୭.୫୮ ଫୁଟ ରହିଥିଲା । ସେତିକିବେଳେ ଜଳଭଣ୍ଡାରକୁ ହାରାହାରି ୪୧.୨୧୯ କୁ୍ୟସେକ ପାଣି ପ୍ରବେଶ କରୁଥିଲା ବେଳେ ବିଭିନ୍ନ ମାର୍ଗ ଦେଇ ୨୦.୮୦୬ କୁ୍ୟସେକ ନିଷ୍କାସିତ ହେଉଥିଲା ।