ଆସନ୍ତକାଲି ଟିକାକରଣ : ଟିକା ପାଇଁ ଆଜି ଯିବ ଏସଏମଏସ

ଆସନ୍ତକାଲି ଟିକାକରଣ : ଟିକା ପାଇଁ ଆଜି ଯିବ ଏସଏମଏସ

ଆସନ୍ତକାଲି ଟିକାକରଣ : ଟିକା ପାଇଁ ଆଜି ଯିବ ଏସଏମଏସ
ଭୁବନେଶ୍ୱର: ରାଜ୍ୟରେ ଦୁଇଟି କରୋନା ଟିକା ଭୋଭିସିଲ୍ଡ ଓ କୋଭାକ୍ସିନ ଆସି ପହଞ୍ଚି ସାରିଛି । ତେବେ ଆଜି ପଞ୍ଜୀକୃତ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ନେବା ପାଇଁ ଏସଏମଏସ ଯିବ । ରାଜ୍ୟରେ ଟିକାକରଣ ନେଇ ସୂଚନା ଦେବା ଅବସରରେ ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ଏହା କହିଛନ୍ତି । ସେ କହିଛନ୍ତି ଯେ, କେଉଁଠି ଓ କେତେବେଳେ ଟିକା ନେବେ ସେ ନେଇ ଏସଏମଏସରେ ସ୍ୱାସ୍ଥ୍ୟକର୍ମୀଙ୍କୁ ସୂଚନା ଦିଆଯିବ । ୪୧ଟି ଡିପ ଫ୍ରିଜର ଆସି ପହଞ୍ଚିଛି । ସେଗୁଡ଼ିକୁ ବିଭିନ୍ନ ଜିଲ୍ଲାକୁ ପଠାଯିବ । ପ୍ରତ୍ୟେକ ଜିଲ୍ଲା ଓ କୋଲ୍ଡ ଚେନ ପଏଣ୍ଟରେ ଟିକା ପହଞ୍ଚିଯାଇଛି । ୧ମ ଡୋଜର ୪୨ ଓ ୨ୟ ଡୋଜର ୧୪ ଦିନ ପରେ ଆଣ୍ଟିବଡି ତିଆରି ହେବ । ତେଣୁ ପ୍ରଥମ ଡୋଜ ପରେ କେହି ଆକ୍ରାନ୍ତ ହେଲେ ଦ୍ୱିତୀୟ ଡୋଜ ଦିଆଯିବନାହିଁ ବୋଲି ସ୍ୱାସ୍ଥ୍ୟ ନିଦେ୍ର୍ଧଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।