ଆଶା ଓ ଅଙ୍ଗନଓାଡି କର୍ମୀଙ୍କୁ ନେଇ ଏପରି କହିଲା ବିଜେପି
ଆଶା ଓ ଅଙ୍ଗନଓାଡି କର୍ମୀଙ୍କୁ ନେଇ ଏପରି କହିଲା ବିଜେପି
ପଦ୍ମପୁର/ଭୁବନେଶ୍ୱର: ପଦ୍ମପୁର ଉପନିର୍ବାଚନରେ ଶାସକ ବିଜୁ ଜନତା ଦଳ ବାରମ୍ବାର ଆଚ୍ଚରଣ ବିଧି ଉଲଙ୍ଘନ କରୁଛି। ସରକାରୀ କର୍ମଚାରୀମାନଙ୍କୁ ବ୍ୟବହାର କରୁଛି। ଏବେ ପଦ୍ମପୁରରେ ଶାସକ ବିଜେଡି ପାଇଁ ପ୍ରଚାର କରି ୩ ଜଣ ସରକାରୀ ଅଧ୍ୟାପକ ନିଲମ୍ବନ ହୋଇଛନ୍ତି। ଜଣେ ବ୍ଲକ ଶିକ୍ଷା ଅଧିକାରି ହ୍ୱାଟସଆପରେ ବିଜେଡି ପାଇଁ ଭୋଟ କରାଇବାକୁ ପ୍ରଧାନଶିକ୍ଷକମାନଙ୍କୁ ନିର୍ଦେଶ ଦେଇଥିବା କଥା ସାମନାକୁ ଆସିଥିବା ଅଭିଯୋଗ ହୋଇଛି।
ଏବେ ପୁଣି ଆଶା ଓ ଅଙ୍ଗନଓାଡି କର୍ମୀମାନଙ୍କୁ ନିର୍ବାଚନରେ ବିଜେଡି ପାଇଁ ପ୍ରଚାର କରୁଥିବାର କଥା ସାମନାକୁ ଆସିଛି। ବହୁତ ପଂଚାୟତରେ ଆଶା ଓ ଅଙ୍ଗନଓାଡି କର୍ମୀମାନେ ବିଜୁ ଜନତା ଦଳର ନେତାଙ୍କ କଥାରେ ବିଜେଡି ପାଇଁ ପ୍ରଚାର କରୁଛନ୍ତି। ଝାରବନ୍ଧ ବ୍ଲକର ଡୁଙ୍ଗୁରିପାଲି ଗ୍ରାମପଂଚାୟତର ଅନୁସୟା ପ୍ରଧାନ ନାମକ ଜଣେ ଅଙ୍ଗନଓାଡି କର୍ମୀ ବିଜୁ ଜନତା ଦଳ ପାଇଁ ନିର୍ବାଚନ ପ୍ରଚାର କରୁଥିବାର ଭିଡିଓ ଭାଇରାଲ ହେଉଛି।
ଏ ନେଇ ବିଜେପିର ଏକ ପ୍ରତିନିଧି ଦଳ ପଦ୍ମପୁର ଉପନିର୍ବାଚନ ରିଟର୍ଣ୍ଣିଙ୍ଗ ଅଫିସରଙ୍କ ପାଖରେ ଏନେଇ ଅଭିଯୋଗ କରିବା ସହିତ ସେହି ଅଙ୍ଗନଓାଡି କର୍ମୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି। ଏହି ପ୍ରତିନିଧୀ ଦଳରେ ମୁଖପାତ୍ର ମନୋଜ ମହାପାତ୍ର, ଜିଲ୍ଲା ବିଜେପି ସଭାପତି ଅଶ୍ୱିନ ଷଡଙ୍ଗୀ, ଜିଲ୍ଲା ଲିଗାଲ ସେଲର ମୁଖ୍ୟ ରଂଜନ ସାହୁ ଉପସ୍ଥିତ ଥିଲେ।




admin 