ଆରସିବି ନେତୃତ୍ୱ ବି ଛାଡ଼ିବେ କୋହଲି

ଆରସିବି ନେତୃତ୍ୱ ବି ଛାଡ଼ିବେ କୋହଲି

ଆରସିବି ନେତୃତ୍ୱ ବି ଛାଡ଼ିବେ କୋହଲି

ନୂଆଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲି କିଛି ଦିନ ତଳେ ଟି-୨୦ ଅଧିନାୟକ ପଦ ଛାଡ଼ିବା ଘୋଷଣା କରିଥିଲେ । ଆଗାମୀ ଟ୍ୱେଣ୍ଟି-୨୦ ବିଶ୍ୱକପ ପରେ ସେ ଏହି ପଦ ତ୍ୟାଗ କରିବେ । ଏଥି ସହିତ ଚଳିତ ଆଇପିଏଲ ଋତୁ ପରେ ସେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଅଧିନାୟକ ପଦରୁ ଓହରି ଯିବାକୁ ମଧ୍ୟ ରବିବାର ଘୋଷଣା କରିଛନ୍ତି। ଏହି ଘୋଷଣା ସମସ୍ତଙ୍କୁ ଚକିତ କରିଦେଇଛି । ଏହି ବିଷୟରେ ଏକ ଭିଡିଓ ବାର୍ତ୍ତା ନିଜ ଟ୍ୱିଟର ପୃଷ୍ଠାରେ ପୋଷ୍ଟ କରିଛନ୍ତି । “ଆରସିବିର ଅଧିନାୟକ ଭାବେ ଏହାର ମୋର ଶେଷ ଆଇପିଏଲ । ମୁଁ ମୋର ଶେଷ ଆଇପିଏଲ ମ୍ୟାଚ ପର୍ୟ୍ୟନ୍ତ ଆରସିବିରେ ଜଣେ ଖେଲାଳି ଭାବେ ରହିବି । ମୋତେ ବିଶ୍ୱାସ ଏବଂ ସହଯୋଗ କରିଥିବାରୁ ଆରସିବିର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ” ବୋଲି ଏହି ଭିଡିଓ ବାର୍ତ୍ତାରେ ସେ କହିଛନ୍ତି । ଆଇପିଏଲରେ କୋହଲି ୧୯୯ ମ୍ୟାଚ ଖେଳି ୩୭.୯୮ ହାରାହାରି ଓ ୧୩୦.୪୧ ଷ୍ଟ୍ରାଇକରେଟ ସହ ୬୦୭୬ ରନ କରିଛନ୍ତି । ଏଥିରେ ୫ ଶତକ ଏବଂ ୪୦ ଅର୍ଦ୍ଧଶତକ ରହିଛି । ସେ ୧୩୨ ମ୍ୟାଚରେ ନେତୃତ୍ୱ ନେଇଥିଲା ବେଳେ ୬୦ ବିଜୟ, ୬୫ ପରାଜୟ. ୩ ଟାଇ ଏବଂ ୪ ନିଷ୍ଫଳ ହୋଇଛି । ତାଙ୍କ ସଫଳତା ପ୍ରତିଶତ ୪୮.୦୨ ରହିଛି ।